ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ କୋର୍ଟ ଚାଲାଣ

Spread the love

ଗୋପାଳପୁର,(ସନ୍ଧାନ ନିଉଜ): ସୁନାପୁର ମେରାଇନ ଥାନା ପୋଲିସ ପକ୍ଷରୁ ମଦ ଚାଲାଣ କରିବା ଅଭିଯୋଗରେ ଗାଡି ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଜଣକ ହେଲେ ପାଟିସୁନାପୁର ଗ୍ରାମର ପି. ଗୋପୀ ବୋଲି ପୋଲିସ ସୂଚନା ଦେଇଛି l ବ୍ରହ୍ମପୁର ଏସପି ଡ଼ ଶ୍ରବଣ ବିବେକ ଏମଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା, ଭାରପ୍ରାପ୍ତ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ଅନ୍ୟ ଅଧିକାରୀ ଗତ କାଲି ସନ୍ଧ୍ୟାରେ ସୁନାପୁର ବ୍ରିଜ ନିକଟରେ ଯାଞ୍ଚ କରୁଥିବା ସମୟରେ ଏକ ଟାଟା ଏସି ପାଟିସୁନାପୁର ଯାଉଥିବା ବେଳେ ପୁଲିସ ପକ୍ଷରୁ ଗାଡି ଅଟକେଇ ଯାଞ୍ଚ କରିଥିବା ବେଳେ ସେଥିରୁ ବିଦେଶୀ ମଦ ଧରିଥିଲେ lଗାଡିରେ ଥିବା ମଦ ନେଇ ଗାଡି ଚାଳକ ଗୋପୀ ଜଣକ ସଠିକ କାଗଜ ଦେଖେଇ ପାରିନଥିଲେ lଏହାକୁ ନେଇ ପଚରାଉଚରା ସହ ପୋଲିସ ଗୋପୀକୁ ଧରି ରାମେୟାପାଟଣା ଗ୍ରାମରେ ଥିବା ଏକ ଭଡା ଘରେ ଚଡାଉ କରି ସେଠାରେ ମହଜୁଦ ଥିବା ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଜବତ କରିଥିଲେ lପୁଲିସ ପକ୍ଷରୁ ସମୁଦାୟ ୨୨୩ କାଟୁନ ଥିବା ରୁ ବିଭିନ୍ନ ବ୍ରାଣ୍ଡର ୩ ହାଜର ୩ ଶହ ୩୬ ଲିଟର ବିଦେଶୀ ମଦ ଓ ଟାଟା ଏଏସି ପୋଲିସ ଜବତ କରିଥିଲା l ଏହି ମାମାଲ ତିନି ରୁ ଚାରି ଜଣ ସମ୍ପୃକ୍ତି ରହିଛି ମଦ ଗୁଡିକୁ ରାମେୟା ପାଟଣା ରେ ବିକ୍ରି କରିଯାଉ ଥିଲା ବୋଲି ତଦନ୍ତ ରୁ ଜାଣିବାକୁ ପାଇଛି l ଏ ନେଇ ସୁନାପୁର ମେରାଇନ ଥାନାରେ ୧୫/୨୪ ରେ ଏକ ମାମଲା ରୁଜୁ କରି ଗୋପୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ହୋଇଥିବା ମଦର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ୍ୟ ଟଂକା ହେବ ବୋଲି ପୁଲିସ ସୂଚନା ଦେଇଛି। ଜବତ ହୋଇଥିବା ବିଦେଶୀ ମଦ ର ନମୁନା ସଂଗ୍ରହ କରି ଲେବ୍ରଟରି କୁ ପଠାଯିବ , ଯାହାଫଳରେ ମଦ ଅସଲି କି ନକଲି ଜଣାପଡିବା ସହ ଅନ୍ୟ ଅଭିଯୁକ୍ତ କୁ ଶ୍ରୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି l

Related Posts

About The Author

Add Comment