ବାରିପଦା ୨୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାରିପଦା ପିଆର୍ଏମ୍ ମେଡିକାଲରେ ୨ ବର୍ଷ ଧରି ବିପଦ ଘୋଷିତ ଟେବୁଲରେ ଅସ୍ଥିଶଲ୍ୟ ଚିକିତ୍ସା ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଚିକିତ୍ସା ପାଇଁ ମେଡିକାଲକୁ ଆସୁଥିବା ରୋଗୀ ନାନା ଆଶଙ୍କାରେ ରହୁଛନ୍ତି। ଦୀର୍ଘ ଦିନର ଆନ୍ଦୋଳନ ପରେ ସରକାର ୨୦୧୭ରେ ବାରିପଦାରେ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ। ପରେ ଜିଲା ମୁଖ୍ୟ ଡାକ୍ତରଖାନା ମେଡିକାଲ କଲେଜ ଅଧୀନକୁ ଯାଇ ନୂଆ ରୂପ ରଙ୍ଗ ଓ ଅତ୍ୟାଧୁନିକ ଯନ୍ତ୍ରାଶ ଡାକ୍ତରଖାନାରେ ଉପଲବ୍ଧ ହେଲା ତେବେ ପରବର୍ତ୍ତୀ ମୁହୁର୍ଭରେ ରୋଗୀ ଉନ୍ନତ ସେବା ପରିବର୍ତ୍ତେ ବିଭାଗର ଅଣଦେଖା ପାଇଁ ବିପଦପୂର୍ଣ୍ଣ ଚିକିତ୍ସାକୁ ଆପଣାଇଛନ୍ତି । ୧ ଯାହାର ଉଦାହରଣ ଅସ୍ଥିଶଲ୍ୟ ବିଭାଗରେ ଥିବା ଚିକିତ୍ସା ଟେବୁଲ। ୨୦୧୮ରେ ଟେବୁଲଟି ଭାଙ୍ଗିଯାଇଥିବାରୁ କର୍ମଚାରୀଙ୍କ ପକ୍ଷରୁ ଚିଠି ମାଧ୍ୟମରେ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଅବଗତ କରାଯାଇଥିଲା। ୩୦ବର୍ଷର ଟେବୁଲଟି ବିପଦସଙ୍କୁଳ ବୋଲି ଟେବୁଲ ପାର୍ସ କାନ୍ଥରେ ଚିଠିର ନକଲ ପ୍ରଦର୍ଶିତ ହୋଇଛି। ଏ ସଂକ୍ରାନ୍ତରେ ଚିଠି ନଂ .୪୪୨/୫ ଡିସେମ୍ବର ୨୦୧୮ରେ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ଅଧୀକ୍ଷକଙ୍କୁ ଅବଗତ ମଧ୍ୟ କରାଯାଇଛି। ଆହତ ରୋଗୀ ଚିକତ୍ସା ପାଇଁ ଟେବୁଲକୁ ଉଠିଲେ ତାଙ୍କର ସମ୍ପର୍କୀୟମାନେ ପାଖରେ ଜଗି ରହୁଛନ୍ତି। ଟେବୁଲ ଭାଙ୍ଗି ଗଲେ ଆମେ ଦୋଷୀ ହେବୁ ନାହି ବୋଲି ସ୍ବାସ୍ଥ୍ୟ କର୍ମଚାରୀମାନେ ପ୍ରକାଶ କରୁଛନ୍ତି। ତେବେ ଦୁଇ ବର୍ଷ ବିତିବା ପରେ ମଧ୍ୟ ବିଭାଗୀୟ ଅଧୁକାରୀଙ୍କ ଅବହେଳା ପାଇଁ ରୋଗୀମାନେ ବିପଦପୂର୍ଣ୍ଣ । ଟେବୁଲରେ ଶୋଇ ରହି ଚିକସ୍ଥିତ ହେଉଛନ୍ତି। ଏ ନେଇ ଚିକିତ୍ସା ପାଇଁ ଆସିଥିବା ୭୦ବର୍ଷୀୟ ବୃଦ୍ଧା ଜେମାମଣି ଜୁଙ୍କ ସମ୍ପର୍କୀୟ କୁହନ୍ତି, ଅର୍ଥାଭାବ ଯୋଗୁ ଆମେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିପାରୁ ନାହୁ ଭଙ୍ଗା ଟେବୁଲ ହେଲେ ବି ଚିକିତ୍ସା କରାଇନେବାକୁ ପଡୁଛି । ଜଣେ ଅସ୍ଥିଶଲ୍ୟ ରୋଗୀ ୨୧ଦିନରୁ ୬ମାସ ମଧ୍ୟରେ ବାରମ୍ବାର ଚିକିତ୍ସା ହୋଇ ଭଲ ହୋଇଯାଉଥିଲେ ହେଁ ବାରିପଦା ପିଆର୍ଏମ୍ ମେଡ଼ିକାଲ କଲେଜର ଏପରି ଅବସ୍ଥାକୁ ନେଇ ରୋଗୀଙ୍କ ସମେତ ଆମ୍ଭୀୟମାନେ ଚିନ୍ତାରେ ପ୍ରମାଦ ଗଣୁଛନ୍ତି । ଏପରିକି ଦୁଇ ଜଣ କର୍ମଚାରୀ ସେବା ଯୋଗାଉଥିବା ବେଳେ ଅନେକ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଥାଏ। ସେହିପରି ଜରୁରୀ ସେବା ପାଇଁ ଆସିଥିବା ବର୍ହିବିଭାଗ ରୋଗୀ ମନ୍ଦାକିନୀ ପୃଷ୍ଟି(୭୦)କୁହନ୍ତି, ଦୀର୍ଘ ସମୟ ଅପେକ୍ଷା କରିବା ପରେ ତରବରିଆ ଭାବେ ପ୍ଲାଷ୍ଟର କରାଯାଇଥିଲା। ଦୁଇ ଦିନ ପରେ ଗୋଡଟି ଫୁଲି ଯିବାରୁ ନିରୁପାୟ ହୋଇ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇ ନେଇଥିବା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପିଆର୍ଏମ୍ ମେଡିକାଲ କଲେଜର ଅଧୀକ୍ଷକ ଡା.ବୈକୁଣ୍ଠ ନାଥ ମହାପାତ୍ରଙ୍କୁ ପଚାରିବାରୁ ଯେଉଁ ଟେବୁଲରେ ଚିକିତ୍ସା ଚାଲିଛି ସେଥିରେ କୌଣସି ଅସୁବିଧା ହେବ ନାହିଁ। ତାହା ରାଜାଙ୍କ ଅମଳର ଟେବୁଲ । ସେଥିରେ ପ୍ଲାଷ୍ଟର ପାଇଁ ଅସୁବିଧା ହେଲେ ଡାକ୍ତରଖାନାରେ ନୂଆ ଟେବୁଲ ରହିଛି ବୋଲି କହିଥିଲେ।
ବିପଦ ଘୋଷିତ ଟେବୁଲରେ ଅସ୍ଥିଶଲ୍ୟ ଚିକିତ୍ସା
|
August 29, 2020 |
