ଯାଜପୁର (ସନ୍ଧନ ନିଉଜ): ୫ଟି ଅଧିନରେ ବିଭିନ୍ନ ବିଦ୍ୟାଳୟ ଗୁଡିକ ବିକାଶ କାର୍ଯ୍ୟ କରାଯାଉଛି । ଏପରକି ସ୍ମାର୍ଟ କ୍ଲାସରୁମ, ଲାଇବେରୀ, ସମେତ ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟାୟ ବରାଦ କରି ଏହାର ବିକାଶ କରିବାରେ ଲାଗିପଡିଛନ୍ତି । ମାତ୍ର ନିମ୍ନ ସ୍ତରରେ ଏହାକୁ କରୁଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଥିରେ ମଧ୍ୟ ନିମନ ମାନର କରାଯିବାର ବ୍ଲ ପ୍ରିଂଟ୍ କରାଯାଇ କିପରି ଏଥିରେ ଅଧିକ ପରିମାଣରେ ଲାଭ କରାଯାଇପାରିବ ସେଥିନେଇ ଠିକାଦାର ମାନେ ଯତ୍ନବାନ ହୋଇପଡିଛନ୍ତି । ଏପରକି ଏହି ବିବାଦରୁ ନିଜକୁ ବଂଚାଇବା ପାଇଁ ସୂଚନ ଫଳକ ନିର୍ମାଣ କରାନାହାନ୍ତି । ରାଜ୍ୟସରକାର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳସ୍ଥିତ ସିଦ୍ଧ ନାରାୟଣ ନୋଡାଲ ସ୍କୁଲକୁ ୫ଟି ଜରିଆରେ ବିଦ୍ୟାଳୟ ଗୁଡ଼ିକର ନବୀକରଣ କରାଯାଉଛି । ଏହି ବିଦ୍ୟାଳୟକୁ ନବୀକରଣ ପାଇଁ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି । ମାତ୍ର ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ଏଥିରେ ବେଶ ମୁନାଫା ଉଠାଇବା ପାଇଁ ଏଠାରେ କୌଣସି ସୂଚନା ଫଳକ ର୍ନିମାଣ ନକରି ଜୋରସୋରରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସୂଚନାଫଳକ ଲଗାଇବା ନିହାତି ଜରୁରୀ ହୋଇଥିବା ବେଳେ ଏଠାରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଏହାକୁ ଅଣଦେଖା କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠାରେ ହେଉଥିବା କାର୍ଯ୍ୟ ନିମ୍ନମାନର ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଠିକାଦର ଏଥିରେ ବ୍ୟବହାର କରୁଥିବା ଚିପସ ବାଲି ରଡ ଆଦି ନିମ୍ନମାନରର ବ୍ୟବହାର କରୁଛନ୍ତି । ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କଚ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଯୋଗୁ ଏଥିରେ ବିଭାଗର ପ୍ରଚ୍ଛଦ ହାତ ରହିଥିବା ସନ୍ଧେହ କରଯାଉଛି । ଅନ୍ୟପଟରେ ସରକାରୀ ଭାବେ କାର୍ଯ୍ୟକଚ ତଦାରକ କରୁଥିବା ଜେଇ ନିର୍ମାଣସ୍ଥଳୀରେ ରହୁନାହାନ୍ତି । ଏପରକି ପଂଚାୟତର ପିଇଓ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଫଳରେ ଠିକାଦର ଜଣଙ୍କ ମନଇଚ୍ଛା କାର୍ଯ୍ୟ କରିଚଲୁଛନ୍ତି । ଯାଜପୁର ଜିଲ୍ଲାପାଳ କିମ୍ବା ରାଜ୍ୟ ସ୍ତରୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ବିନା ସୂଚନା ଫଳକରେ ଚାଲିଛି ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟ, ନିମ୍ନମାନର କରାଯାଉଥିବା ଅଭିଯୋଗ
|
May 22, 2022 |