ବିନା ମାସ୍କରେ ଆସିଲେ ଗାଡି ଚାଳକଙ୍କୁ ମିଳିବନି ପେଟ୍ରୋଲ

Spread the love

ଭୁବନେଶ୍ୱର, ୧୦/୦୪ (ସନ୍ଧାନ ନିୟୁଜ) କରୋନା ଯୋଗୁଁ ରାଜ୍ୟରେ ତାଲାବନ୍ଦ ଅବଧି ଏପ୍ରିଲ ୩୦ ଯାଏଁ ବଢାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି କଟକଣାକୁ ସମର୍ଥନ କରି , ମାସ୍କ ନପିନ୍ଧିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ପେଟ୍ରୋଲ ପମ୍ପ ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ଉକ୍ରଳ ପେଟ୍ରୋଲ ପମ୍ପ ଡିଲର ସଂଘର ସାଧାରଣ ସମ୍ପାଦକ । ମହାମାରୀ କରୋନାରୁ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପକ୍ଷେପ ନେଇଥିବା ବେଳେ ସଂଘର ଏହି ନିଷ୍ପତି ଜନସାଧାରଣଙ୍କୁ ବହୁମାତ୍ରାରେ ସଚେତନ କରାଇବ ବୋଲି ସେ କହିଛନ୍ତି ।

SUBODH NAYAK

Related Posts

About The Author

Add Comment