ବିନା ଟେଣ୍ଡର ରେ ବେଆଇନ୍ ମହାସୁଲକୁ ବିରୋଧ ସନ୍ଧାନ ପ୍ରଭାବ ଶେଷରେ ତେଜିଲା ପ୍ରଶାସନ୍

Spread the love

ବାରିପଦା, 05.12.2020 (ଲିଙ୍ଗରାଜ ପଣ୍ଡା): ବାରିପଦା ପୌରପରିଷଦ ପକ୍ଷରୁ ୨୦୨୦-୨୦୨୧ ଆର୍ଥକ ବର୍ଷ ନିମନ୍ତେ ପୌରାଞ୍ଚଳରେ ମହାସୁଲ ଆଦାୟ ପାଇଁ ଟେଣ୍ଡର ପ୍ରକ୍ରିୟା ସରି ନଥିବା ବେଳେ ବେଆଇନ୍ ଭାବେ ପୂର୍ବତନ ଟେଣ୍ଡର ଧାରୀମାନେ ବିଭିନ୍ନ ସ୍ଥାନରୁ  ମହାସୁଲ( ଦାଣ୍ଡିଆ) ଆଦାୟ କରିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ନିକଟରେ ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ଫେରାଦ ହୋଇଛନ୍ତି । ବାରିପଦା ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟ କରି ନିଜର ପରିବାର ପ୍ରତିପାଳିତ କରୁଥିବା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ଠାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ବେଆଇନ୍ ଭାବେ ପୌରାଞ୍ଚଳର ବିଭିନ୍ନ ସ୍ଥାନରୁ ମହାସୁଲ ଆଦାୟ କରୁଥିବା ୯ଜଣ ପୂର୍ବତନ ଲିଜଧାରୀଙ୍କ ବିରୋଧରେ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପି ଅନ୍ବେଷା ରେଡ୍ ଶୁକ୍ରବାର ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ପୌର ନିର୍ବାହୀ ଅଧିକାରୀଙ୍କ  ଲିଖିତ ଅଭିଯୋଗ ମୂଳେ ୮୬୬ନଂ କେସରେ ଏକ ମାମଲା ରୁଜୁ କରା ଯାଇ ଅଭିଯୁକ୍ତଙ୍କ ବିରୋଧରେ ୩୮୪|୪୦୯/୩୪ ଆଇପିସିରେ ତଦନ୍ତ ଜାରି ରହିଛି। । ଏହି ମାମଲାକୁ ସବ୍ଇନିସପେକ୍ଟର ରଞ୍ଜନ କୁମାର ବେହେରାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସୂଚନା ମୁତାବକ ୨୦୨୦-୨୦୨୧ ଆର୍ଥିକ ବର୍ଷ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି  ଅତି ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ୩ଥର ବାତିଲ ହୋଇଥିବା ବେଳେ ପୂର୍ବତନ ଟେଣ୍ଡରଧାରୀମାନେ କିନ୍ତୁ ବେଆଇନ୍ ଭାବେ ବିଭିନ୍ନ ସ୍ଥାନରୁ ମହାସୁଲ ଆଦାୟ ଜାରି ରଖିଥିଲେ । ଏପରିକି ବିନା ଟେଣ୍ଡରରେ କମଲ ତୋସ୍ତିୱାଲ ନାମକ ଜଣେ ପୂର୍ବତନ ଲିଜଧାରୀ ୨୦୨୦-୨୦୨୧ ଆର୍ଥିକ ବର୍ଷ ନିମନ୍ତେ ରସିଦ ଛପାଇ ବେଆଇନ ଭାବେ ମହାସୁଲ ଆଦାୟ କରୁଥିବା ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ପୌର ନିର୍ବାହୀଙ୍କ ଖଣ୍ଡା ବୁଲିଥିଲା  ପୌର ନିର୍ବାହୀ ଅଧିକାରୀ ୯ଜଣ ପୂର୍ବତନ ଲିଜଧାରୀଙ୍କ ବିରୋଧରେ । କାର୍ଯ୍ୟାନୁଷ୍ଠାନ ପାଇଁ ଟାଉନଥାନାରେ ଏଫଆଇଆର ଦେଇଛନ୍ତି । ଯେଉଁ ୯ ଜଣ ପୂର୍ବତନ ଲିଜଧାରୀ ବେଆଇନ ଭାବେ ମହାସୁଲ ଆଦାୟରେ ସଂପୃକ୍ତ ଥିଲେ ସେମାନେ ହେଲେ ମାର୍କେଟ ସାଇକେଲ ଷ୍ଟାଣ୍ଡର ଲିଜଧାରୀ ଶ୍ରାବଣୀ ଦଳବେହେରା, ବାରିପଦା ମାର୍କେଟ । ଓ ଅନ୍ୟାନ୍ୟ ସ୍ଥାନ ପୂର୍ବତନ ଲିଜଧାରୀ କମଲ କୁମାର  ତୋସ୍କଲ, ବସଷ୍ଟାଣ୍ଡ ପାକିଂ ଫି ଆଦାୟକାରୀ ପୂର୍ବତନ ଲିଜଧାରୀ ସୁରେଶ ଚନ୍ଦ୍ର ସାହୁ, ବୋଝେଇ ଯାନବାହାନର ପାର୍କ ଫି ଆଦାୟକାରୀ ପୂର୍ବତନ ଲିଜଧାରୀ ଶିବ ପ୍ରସାଦ ପଟ୍ଟନାୟକ, ଷ୍ଟେସନବଜାର ଡେଲି ମାର୍କେଟ ୱାର୍ଡ ନଂ ୧୩ ଓ ୨୦ର ପୂର୍ବତନ ଲିଜଧାରୀ ବିଜୟ କୁମାର ସିଂହ। ଏବଂ କେଏମବିଏମ୍ ରୋଡର ତିନିକୋଣିଆ ଲଳିତ କୁମାର ସେନ୍ ପ୍ରମୁଖ  ଏଠାରେ ଉଲ୍ଲେଖ ଯୋଗ୍ୟ  ଯେ, ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ବେଳେ ପୂର୍ବତନ ଲିଜଧାରୀମାନେ କାହା ସାହାସରେ ବେଆଇନ ଭାବେ ମହାସୁଲ ଆଦାୟ କରୁଥିଲେ ? ଏପରିକି ରସିଦ ଛପାଇ ମହାସୁଲ ଆଦାୟ କରି ଲକ୍ଷ ଲକ୍ଷ ଟଙ୍କାର ରାଜ  ହଡ଼ପ କରିବା ପଛରେ ମାଷ୍ଟରମାଇଣ୍ଡ କିଏ ଏହାର  ସବିଶେଷ ତଦନ୍ତ ହେବାର ଆବାଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment