ବିନା ଅନୁମତିରେ ଭାରତୀୟ ବାୟୁ ସୀମାରେ ପାକିସ୍ଥାନର ବିମାନ; ଜୟପୁରରେ ଅଟକ, ଚାଲିଛି ପଚରା ଉଚରା
ବିନା ଅନୁମତିରେ ଭାରତୀୟ ବାୟୁ ସୀମାରେ ପାକିସ୍ଥାନର ବିମାନ; ଜୟପୁରରେ ଅଟକ, ଚାଲିଛି ପଚରା ଉଚରା
Manas Kumar Rout |
May 10, 2019 |
ନୂଆ ଦିଲ୍ଲୀ, ୧୦/୫ (ସନ୍ଧାନ ନିୟୁଜ) ଭାରତୀୟ ବାଯୁସେନାର ଫାଇଟର ଜେଟ୍ସ ଭାରତୀୟ ବାୟୁ ସୀମାରୁ ଆସିଥିବା ପାକିସ୍ଥାନୀ ଏୟାରସ୍ପେସରୁ ଆସିଥିବା ଏଟେନବ ଏ ଏନ ୧୨ ବିମାନକୁ ଜୟପୁର ଏୟାରପୋର୍ଟ ରେ ଓହ୍ଲାଇଛି। ଏହା ଏକ କାର୍ଗୋ ବିମାନ ଅଟେ। କୁହାଯାଉଛିଯେ, ବିନା ଅନୁମତିରେ ଏହା ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଥିଲା। ବର୍ତ୍ତମାନ ବାୟୁସେନା ବିମାନର ପାଇଲଟକୁ ପଚରା ଉଚରା କରୁଛନ୍ତି।
ଖବର ମୁତାବକ ଆଜି ଦ୍ୱିପ୍ରହରରେ ଏକ ଏୟାରକ୍ରାଫ୍ଟ ଏଏନ-୧୨ ଯିଏକି ପାକିସ୍ତାନର କରାଚୀରୁ ଦିଲ୍ଲୀ ପାଇଁ ଉଡ଼ାନ ଭରି ଥିଲା ତାହା ନିଜର ନିର୍ଦ୍ଧାରିତ ରାସ୍ତା ଭୁଲି ଉତ୍ତର ଗୁଜରାତ ରାସ୍ତାରେ ଭାରତୀୟ ବାୟୁ କ୍ଷେତ୍ର ଭୀତରେ ପ୍ରବେଶ କରିଥିଲା।
ଇଣ୍ଡିଆନ୍ ଏୟାର ଫୋର୍ସର ଫାଇଟର ଜେଟ ପ୍ଲେନ୍ସ ପାକିସ୍ତାନରୁ ଆସୁଥିବା ହେବୀ କାର୍ଗୋ ପ୍ଲେନକୁ ରୋକିଛି ଏବଂ ତାକୁ ଜୟପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରାଯାଇଛି। ପ୍ଲେନର ପାଇଲଟକୁ ପଚରା ଉଚରା ଚାଲିଛି। ଏହି ପ୍ଲେନର ନାମ ଏଂଟୋନୋବ ଏଏନ-୧୨। କୁହାଯାଉଛିଯେ, ଏହା ପାକିସ୍ତାନୀ ବାୟୁ କ୍ଷେତ୍ରରୁ ଭାରତୀୟ ବାୟୁ କ୍ଷେତ୍ରରେ ପ୍ରବେଶ କରିଥିଲା।
Related Posts
About The Author