ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଚରଣ ବିଜେଡି ପାଇଁ ଅଢୁଆ ବଢାଉଚି

Spread the love

ଭୁବନେଶ୍ୱର, ୧୯/୨ (ସନ୍ଧାନ ନିଉଜ/ମାନସ ରାଉତ) ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଚରଣ ବିଜେଡି ପାଇଁ ଅଢୁଆ ବଢାଇବାରେ ଲାଗିଛି । ସହିଦଙ୍କ ସମ୍ପର୍କୀୟଙ୍କ ପ୍ରତି କଟକ-ଚୌଦ୍ୱାର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ ବିଧାୟକଙ୍କୁ ନିନ୍ଦା କରିବା ସହ ବିଜେଡିକୁ ମଧ୍ୟ କଡା ସମାଲୋଚନାର ଶିକାର ହେବାକୁ ପଡିଛି । ସବୁ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣ ଜନତା ବିଧାୟକଙ୍କ ଏପରି ବ୍ୟବହାରକୁ ତୀବ୍ର ସମାଲୋଚନା କରିଛନ୍ତି । ହେଲେ ବିଜେଡି ବିଧାୟକମାନଙ୍କ ଏହିପରି ବ୍ୟବହାର ନୂଆ ନୁହେଁ  । ଏହା ପୂର୍ବରୁ ମଧ୍ୟ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଛୋଟ ପିଲାଟିକୁ ବିଲ ହିଡରୁ ତଳକୁ ଠେଲିବାର ଭିଡିଓ ଭାଇରାଲ ହୋଇଥିଲା । କ୍ଷମତାରେ ଥିବା ବିଜେଡି ବିଧାୟକମାନଙ୍କୁ ବୋଧେ କାହାକୁ ଖାତିରି ନାହିଁ କି ଭୟ ମଧ୍ୟ ନାହିଁ । ଏହା ସହ ସାଧରାଣରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ବିଧାୟକ ମାନଙ୍କ ଏପରି ଆଚରଣ ସତ୍ତ୍ୱେ ଦଳର ମୁଖିଆ କାହିଁକି ନୀରବ ଦ୍ରଷ୍ଟା ସାଜିଛନ୍ତି । ବିଧାୟକଙ୍କ ଆଚରଣ ଏବେ ଦଳୀୟ ଆଚରଣ ହୋଇନି ତ ? ଏପରି ଅନେକ ପ୍ରଶ୍ନ ଏବେ ସାଧାରଣାରେ ଉଙ୍କି ମାରୁଛି ।
ଦେବାଶିଷଙ୍କ ଆଚରଣ ନେଇ କଡା ସମାଲୋଚନା କରିଛି ବିଜେପି । ବିଧାୟକଙ୍କ ଆଚରଣ ଗ୍ରହଣୀୟ ନୁହେଁ । ବିଜେଡି ଦେଶଦ୍ରୋହୀ ଦଳ,ସେହିପରି ଦଳର ମୁଖ୍ୟ ମଧ୍ୟ ଦେଶଦ୍ରୋହୀ । ବିଧାୟକଙ୍କ ଆଚରଣ ଅତ୍ୟନ୍ତ ଘୃଣ୍ୟ ଓ ଅଶୋଭନୀୟ । ଏଭଳି ବିଧାୟକଙ୍କକୁ ତୁରନ୍ତ ଗିରଫ କରାଯିବା ଦରକାର । ସରକାରଙ୍କ ଟିକେ ଅନୁତାପ ଥିଲେ , ତୁରନ୍ତ ଗିରଫ କରନ୍ତୁ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ଘଟଣାକୁ ଲଜ୍ଜା ଜନକ କହିଲେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । ଏହା ବିଜେଡି ନେତା ମାନଙ୍କ ସଂସ୍କାରକୁ ଦର୍ଶାଉଛି । ବିଧାୟକଙ୍କ ଆଚରଣ ପାଇଁ ଦଳର ସଭାପତି କ୍ଷମା ମାଗିବା ସହ ଦେବାଶିଷଙ୍କ ପ୍ରତି ଦଳ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସତ୍ୟ କହିଛନ୍ତି ।
ସେହିପରି ବିଜେଡି ଛାଡିଥିବା ପୂର୍ବତନ କେନ୍ଦ୍ରପଡା ସଂସାଦ ବୈଜୟନ୍ତ ପଣ୍ଡା ଘଟଣାକୁ ଅତି ଖରାପ କହିଲେ ପୂର୍ବତନ ସାଂସଦ । ଯେଉଁ ଆଦର୍ଶରେ ବିଜେଡି ତିଆରି ହୋଇଥିଲା, ଏହା ତାହା ନୁହେଁ । ଏଭଳି ଦଳକୁ ତ୍ୟାଗ କରିଥିବାରୁ ମୁଁ ବହୁତ ଖୁସି ବୋଲି ବୈଜୟନ୍ତ କହିଛନ୍ତି ।

 

 

source- Janardana

Related Posts

About The Author

Add Comment