Homeଓଡିଶାବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ Sandhan News | June 28, 2019 | Spread the love ଭୁବନେଶ୍ୱର, ୨୮/୬ (ସନ୍ଧାନ ନିଉଜ) : ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍ ଉପସ୍ଥାପନା। ମହିଳା ଓ ଶିଶୁଙ୍କ ଉନ୍ନତି ଓ ଅଧିକାର ପାଇଁ ପ୍ରତିଶୃତିବଦ୍ଧ ତେଣୁ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବଜେଟ ଉପସ୍ଥାପିତ ହୋଇଛି। ମହିଳା ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ସୁବିଧା ମିଳୁଛି। ୨୦୧୩-୧୪ ତୁଳନାରେ ବ୍ୟୟ ବରାଦ ପରିମାଣ ୩ ଗୁଣ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ କହିଲେ- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି, ୨୦୧୯-୨୦ରେ କୃଷି ବଜେଟ ପରିମାଣ ହେଲା ୨୦ ହଜାର ୭୧୪ କୋଟି। ଏହା କୃଷକଙ୍କ ପାଇଁ ଖୁସିର ଖବର, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିବ। Related Posts ଫାଶୀ ଲଗାଇ ଝୁଲିପଡିଲେ ନାବାଳିକା December 31, 2020 | Sandhan News | ଅଧିକ ପଢନ୍ତୁ ପୂର୍ବ ଭାରତ ହେବ ଇସ୍ପାତ ହବ୍ September 24, 2019 | Sandhan News | ଅଧିକ ପଢନ୍ତୁ ନାରୀ ଓ ପୁରୁଷ October 27, 2020 | 2005lindadavis1989 | ଅଧିକ ପଢନ୍ତୁ (ତାଳଜଙ୍ଗ ଗ୍ରା:ପ ରେ ଦୃନୀତିର ଶୁଭ ପଡିଲା) ରାସ୍ତା ପାଇଁ ସଂରକ୍ଷିତ ଜଙ୍ଗଲ କାଟିଦେଲେ, May 9, 2022 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
(ତାଳଜଙ୍ଗ ଗ୍ରା:ପ ରେ ଦୃନୀତିର ଶୁଭ ପଡିଲା) ରାସ୍ତା ପାଇଁ ସଂରକ୍ଷିତ ଜଙ୍ଗଲ କାଟିଦେଲେ, May 9, 2022 | Santosh Rout | ଅଧିକ ପଢନ୍ତୁ