ବିଧବା ମାୟାବତିକୁ, ୮ ମାସ ହେଲା ମିଳୁନି ବିଧବା ଭତ୍ତା

Spread the love

ଜେନାପୁର,୧୭/୦୯(ସନ୍ଧାନ ନିୟୁଜ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେଉଥିବା ବେଳେ କୋଟିକୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରୁଛନ୍ତି । ମାତ୍ର କିଛି ମୁନାଫାଖୋର ଅଧିକାରୀଙ୍କ ଆନ୍ତରିକ ମନୋଭାବ ଯୋଗୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏବଂ ତାଙ୍କ ପଛରେ ଆବେଦନ କରିଥିବା ଲୋକେ ଭତ୍ତା ହାତଉଥ‌ିବା ଦେଖିବାକୁ ମିଳୁଛି । ଯାହାର ଜ୍ଵଳନ୍ତ ଉଦାହରଣ ଧର୍ମଶାଳା ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳୁଛି । ସେହିପରି ଧର୍ମଶାଳା ବ୍ଳକ୍ ବୃନ୍ଦାଦେଈପୁର ପଞ୍ଚାୟତ ଦଇପୁର ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ବସ୍ତିଆଙ୍କ ସ୍ତ୍ରୀ ମାୟାବତି ବସ୍ତିଆ (୫୮) କ୍ଷେତ୍ରରେ ଘଟିଛି । ପରିବାର କହିଲେ ସ୍ୱାମୀ ମୃତ୍ୟୁ ପରେ ୨ ଝିଅଙ୍କୁ ଧରି ବହୁତ କଷ୍ଟରେ ଚଳିଆସୁଛନ୍ତି । ରୋଜଗାରୀଆ ସ୍ୱାମୀ ଗଲା ପରେ ଆଜିକା ଦରଦାମ ଯୁଗରେ ଦିନେ ଦିନେ ଉପବାସରେ ଦିନ କଟୁଛି । ସରକାରଙ୍କ ତରଫରୁ ଯାହା ରାସନ୍ କାର୍ଡରେ ୧୫ କେ.ଜି ଚାଉଳ ମିଳେ । ଦୀର୍ଘ ୮ ମାସ ହେବ ନିୟମିତ ଭାବେ ଭତ୍ତା ପାଇବା ପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ଆବେଦନ କରି ଚାଲିଛନ୍ତି। ମାତ୍ର ପ୍ରତିଥର ବ୍ଳକ୍ ରେ ଥିବା ଭତ୍ତା ବିଭାଗର ଅଧିକାରୀଙ୍କୁ ପ୍ରଚାରିବାରୁ ସେ କହୁଛନ୍ତି ଟାରଗେଟ୍ ଆସିଲେ ହେବ । କିନ୍ତୁ ଦୁଃଖ ପରିତାପର ବିଷୟ ତାଙ୍କ ପଛରେ ଆବେଦନ କରିଥିବା ଲେକେ ଭତ୍ତା ପାଇଛନ୍ତି ଯାହାକୁ ନେଇ ସେ ଏ ସମୟରେ ଭାଙ୍ଗି ପଡିଛନ୍ତି । ଏମିତି ଭତ୍ତା କରିବା ପାଇଁ ବାରମ୍ବାର ବ୍ଲକ୍ ଯାଇ ନିରାଶ ହୋଇ ଫେରୁଛନ୍ତି । ତଥାପି ହାର ନମାନି ମାୟାବତି ପ୍ରଶାସନକୁ ବିଧବା ଭତ୍ତା ପ୍ରଦାନ କରିବାକୁ ନେହୁରା ହେଉଥିବା ଦେଖିବାକୁ ମିଳୁଛି ।ଅପରପକ୍ଷେ ବ୍ଳକ୍ ପ୍ରଶାସନର କିଛି ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ହାତ ବାରିସ୍ ହୋଇ ତାଙ୍କ ନିଜ ଲୋକଙ୍କର ଭତ୍ତା କରୁଥିବା ଅଭିଯୋଗ ହେଉଛି । ସମୟର ବିଳମ୍ବ କୁ ନେଇ ସେ ଜିଲ୍ଲାପାଳଙ୍କ ପାଖରେ ଦ୍ୱାରସ୍ତ ହୋଇ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ମାୟାବତିଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ସହ ଏକ ଟିମ୍ ପ୍ରସ୍ତୁତ କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Related Posts

About The Author

Add Comment