ସୁନ୍ଦରଗଡ଼ ତା:୦୨-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ର କୁମୁଢାଫାଳ, କାଦୋପାନୀ, ମଝାପଡା, ଟିଠେଇ ଟାଙ୍ଗର, ଦଳକୀ, ପଣ୍ଡରି କାନି, ଗ୍ରାମର ସର୍ବ ମୋଟ ୪୦ଜଣ ସଦସ୍ୟ ଙ୍କ ଠାରୁ ବିଦ୍ୟୁତ ଚାଳିତ ବୋରିଂ କରିବା ନାଆଁ ରେ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି ଦଲାଲ l ସୂଚନା ଅନୁସାରେ ଲେଫ୍ରିପଡା ବ୍ଲକ କୋ୍ଦୋମାଲ ଗ୍ରାମର ବିଶ୍ୱଜିତ ଭୋଇ ନାମକ ଜଣେ ବ୍ୟକ୍ତି ତଲସରା ଗ୍ରାମ ପଞ୍ଚାୟତ ର କୁମୁଢାଫାଳ, କାଦୋପାନୀ, ମଝାପଡା, ଟିଠେଇଟାଙ୍ଗର, ଦଳକୀ, ପଣ୍ଡରିକାନି, ଗ୍ରାମର ୪୦ ପରିବାରରୁ ବିଦ୍ୟୁତ ଚାଳିତ ବୋରିଂ କରିଦେବି ବୋଲି ସର୍ବ ମୋଟ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇ ଯାଇଥିବା ଜଣା ପଡିଛି l ପାଣିର ସୁବିଧାକୁ କେନ୍ଦ୍ରକରି ଅଞ୍ଚଳବାସୀ ଏକ ପଦକ୍ଷେପ ନେଇଥିବା ବେଳେ ତାହା ଫସର୍ ଫାଟିବା ସହିତ ଅଞ୍ଚଳବାସୀ ଚିନ୍ତାରେ ଥିବାସୁଚନା ରହିଛି । ଏ ନେଇ ତଲସରା ଥାନା ରେ ଗତ ଅକ୍ଟୋବର ୨୨ତାରିଖ ଦିନ ଲିଖିତ ଅଭିଯୋଗ ଦରଖାସ୍ତ ମାଧ୍ୟମରେ ଦେଇଥିଲେ ।ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରଶ୍ନ ଘେରରେ ରହିଛି l ବିଗତ ୩ମାସ ହେଲା ଏହାର ତଦନ୍ତ କିମ୍ବା ଉଚିତ କାର୍ଯ୍ୟାନୁଷ୍ଠାନ ନ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ସୂତ୍ରରୁ ଜଣାପଡିଛି । ଲୋକଙ୍କ ପ୍ରତ୍ୟେକ ଅଭିଯୋଗ ତୁରନ୍ତ ତାର ପଦକ୍ଷେପ ନିଆଯିବ ବୋଲି ଡବଲ ଇଞ୍ଜିନ ସରକାର କହୁଥିବା ବେଳେ ଅଭିଯୋଗ ୩ ମାସ ବିତିଗଲା ପରେ ମଧ୍ୟ ପ୍ରଶାସନ ଚୁପ ହୋଇ ରହିଥିବା ଏକ ବଡ଼ ପ୍ରଶ୍ନ ? ଯେତେ ଶୀଘ୍ର ଏହାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅଞ୍ଚଳବାସି ଦାବି କରିଥିବା ଜଣା ପଡିଛି l
ବିଦ୍ୟୁତ ଚାଳିତ ବୋରିଂ କରିବା ନାଆଁ ରେ ଟଙ୍କା ଠକି ନେଲେ ଦଲାଲ, ଥାନାରେ ଏତଲା ପରେ ମଧ୍ୟ ହୋଇ ନି କାର୍ଯ୍ୟାନୁଷ୍ଠାନ
|
February 2, 2026 |



