ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ
ଯାଜପୁର, ୧୭/୬ (ସନ୍ଧାନ ନିଉଜ) କୋରାଇ ଥାନା ମୁକୁନ୍ଦପୁର ପଞ୍ଚାୟତ ଜାଗୁଳେଇ ଗଡିଆ ଗ୍ରାମରେ ନିଜ ବାଡିରେ ଗଛରେ ପାଣି ଦେଉଥିବା ବେଳେ ବିଦ୍ୟୁତ କରେଣ୍ଟରେ ଯୁବକର ମୃତ୍ୟୁ ଘଟିଛି । ପ୍ରକାଶଯେ ଆଜି ସକାଳ ୯ଟା ସମୟରେ ଜାଗୁଳେଇଗଡିଆ ଗ୍ରାମର ବିଦ୍ୟାଧର ମହାପାତ୍ରଙ୍କ ପୁଅ ସୁଧାକର(୨୨) ବାଡି ଗଡିଆରେ ବିଦ୍ୟୁତ ମଟରରେ ପାଣି ଉଠାଉଥିବାବେଳେ ଅସବଧାନତା ବସତ ବିଦ୍ୟୁତ ତାରରେ ହାତ ମାରିବାରୁ ଘଟଣା ସ୍ଥଳରେ ସୁଧାକର ପାଣିରେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ ପାଣିରୁ ଉଠାଇ ଯାଜପୁର ମୁଖ୍ୟ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଏ ନେଇ ଏକ ଅପମୃତ୍ୟୁ ମାମଲା ୮/୧୯ ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ସୁଧାକରଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି
Related Posts
About The Author