ସୁକିନ୍ଦା/୬/୪ (ସନ୍ଧାନନିଉଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ଦୁଧୁ ଯୋରି ପଞ୍ଚାୟତ ଅଧିନ କଂଚିଚୁଆ ଏବଂ ପୂବଳ ଗ୍ରାମକୁ ସୁକିନ୍ଦା ବିଦ୍ୟତୁ ସରବାରହ ପକ୍ଷରୁ ବକେୟା ବିଦ୍ୟତୁ ବିଲି ଆଦାୟ କରିବାକୁ ଯାଇଥିବା ବେଳେ ବିଲ ବକେୟା ରଖିଥିବା ଚାରିଜଣ ଉପଭୋକ୍ତାଙ୍କ ମାଡ଼ରେ ବିଦ୍ୟୁତ୍ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ସୁକିନ୍ଦା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସେଖ୍ ଅଜାମ୍ ଓ କେତେକ କର୍ମଚାରୀ ଯାଇଥିଲେ । ବାରମ୍ବାର ସୁଚେଇଵା ପରେ ମଧ୍ୟ ବିଲ୍ ନଦେବାରୁ କେତେକ ଖିଲାପି ଉପଭୋକ୍ତାଙ୍କ ବିଦ୍ୟୁତ୍ ସରବାର ବିଛିନ୍ନ କରାଯାଇଥିଲା । କିଛିସମୟ ପରେ ବିଦ୍ୟୁତ୍ କର୍ମଚାରୀ ମାନେ ସୁକିନ୍ଦା ମୁଳଖମ୍ବ ଢାବାରେ ଖାଉଥିବା ସମୟରେ ୪ ଜଣ ଖିଲାପି ଉପଭୋକ୍ତା ସେଠାରେ ପହଁଞ୍ଚି ହଟାତ୍ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଢ଼ାବା ମାଲିକ ବିରୋଧ କରିଥିବା ବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।ଏ ନେଇ କୌଣସି ସୂତ୍ରରୁ ଖବର ପାଇ ସୁକିନ୍ଦା ପୋଲିସ୍ ସେଠାରେ ପଂହଁଚିଥିଲା ,କିନ୍ତୁ ସେତେବେଳକୁ ଆକ୍ରମଣକାରୀ ମାନେ ଫେରାର ହୋଇଯାଇଥିଲେ ।ଏହି ଆକ୍ରମଣରେ କନିଷ୍ଟ ଯନ୍ତ୍ରୀ ସେଖ୍ ଆଜାମ୍ ଆହତ ହୋଇଥିବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରରେ ଭର୍ତି କରାଯାଇ ଥିଲା । ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ୍ କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ବିଦ୍ୟୁତ୍ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।।
ବିଦ୍ୟୁତ୍ ବିଲ୍ ମାଗିବାରୁ କନିଷ୍ଟ ଯନ୍ତ୍ରୀଙ୍କୁ ମାଡ଼
|
April 6, 2019 |