ରାଉରକେଲା,୦୩/୦୬ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ବ୍ରିଟାନିଆ କଲୋନୀରେ ରହୁଥିବା ଜଣେ ମହିଳାଙ୍କ ବିଦ୍ୟୁତଘାତରେ ଶୋଚନୀୟ ମୃତ୍ୟୁ ହୋଇଛି । ଏହି ଘଟଣା ଅଂଚଳରେ ଶୋକର ଲହରୀ ଖେଳାଇ ଦେଇଛି । ମୃତ ମହିଳା ଜଣଙ୍କ ହେଲେ ଶେଫାଳୀ ବାଉରୀ(୪୫) । ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ରିଟାନିଆ କଲୋନୀରେ ରହୁଥିବା କହ୍ନେଇ ବାଉରୀଙ୍କ ପତ୍ନୀ ଶେଫାଳୀ ଗତକାଲି ବୁଧବାର ସଂଧ୍ୟା ପ୍ରାୟ ୫.୩୦ ମିନିଟରେ କହ୍ନେଇ ଘର ପାଖରେ ଯାଇଥିବା ଏକ ଜିଆଇ ତାରରେ ଓଦା ଲୁଗା ଶୁଖାଉଥିବା ବେଳେ, ବିଦ୍ୟୁତ ପ୍ରବାହ ଯୋଗୁ ଶେଫାଳି ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ । ଏହା ପରେ ସେ ଅଚେତ ହୋଇ ଯିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଚିକିତ୍ସା କାଳରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଆଇଡ଼ିଏଲ ଫାଣ୍ଡି ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ବିଦ୍ୟୁତଘାତରେ ଗଲା ମହିଳାଙ୍କ ଜୀବନ
|
July 3, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)