କବାଟବନ୍ଧ, ୪/୧୦ (ପ୍ରଶାନ୍ତ ସାମଲ) – ଗତ ଅକ୍ଟୋବର ୨ ତାରିଖ ଦିନ ମହାନ ମାନବତାବାଦୀ ତଥା ସମାଜ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ ତମ ଜନ୍ମବାର୍ଷିକ ସ୍ଥାନୀୟ ବାଲିକୁଦିଆଠାରେ ପାଳିତ ହୋଇଯାଇଛି । ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନର ରାଜ୍ୟ ସଂପାଦିକା କମ୍ରେଡ ସ୍ୱୟଂପ୍ରଭା ନାୟକ ଏହି ସଭାରେ ଯୋଗଦାନ କରି ବିଦ୍ୟାସାଗରଙ୍କ ଆଦର୍ଶ ଚିନ୍ତା ଭାବନା ତଥା ଜୀବନ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ନବଜାଗରଣର ପଥିକୃତ ବିଦ୍ୟାସାଗର କିପରି ତତ୍କାଳୀନ ସମାଜରେ ପ୍ରଚଳିତ ବିଭିନ୍ନ କୁସଂସ୍କାର, ଅନ୍ଧବିଶ୍ୱାସ , ବାଲ୍ୟବିବାହ ଏବଂ ବହୁ ବିବାହ ପ୍ରଥାର ବିରୋଧ ଆଦିଦିଗରେ କାର୍ଯ୍ୟ କରିଥିଲେ । ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବର୍ତମାନ ସମାଜରେ ପ୍ରଚଳିତ ନାରୀ ନିର୍ଯ୍ୟାତନା, ଅଶ୍ଲୀଳତା, ନମ୍ନତା, ଅପସଂସ୍କୃତି , ମଧ୍ୟଯୁଗୀୟ ଚିନ୍ତା ଭାବନା , ଧର୍ମୀୟ ଅନ୍ଧତା ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଉପସ୍ଥିତ ଶତାଧିକ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀମତୀ ମାମିନା ବେହେରା, ଶ୍ରୀମତୀ ଝୁନାରାଣୀ ସାହୁ, ସସ୍ମିତା ଦାସ, ପ୍ରତିମା ଭଞ୍ଜ ପ୍ରମୁଖ ଏହି ସଭା ପରିଚାଳନାରେ ସହଯୋଗ କରିଥିଲେ ।
ବିଦ୍ୟାସାଗରଙ୍କ ଜୟନ୍ତୀ ପାଳନ
|
October 4, 2019 |
