ଜେନାପୁର ୬ ।୨(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ) ଧର୍ମଶାଳା ବ୍ଲକ ମହିଶରା ପଂଚାୟତର ମା, ସିନ୍ଦୁରାଇ ଉଚ୍ଚ ବିଦ୍ୟାଳୟ କୁରିକଣାର ରାତ୍ରା ଜଗୁଆଳଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଉକ୍ତ ବିଦ୍ୟାଳୟରେ କର୍ଯ୍ୟରତ ଅବସ୍ଥାରେ ଥିବା ରାତ୍ର ଜଗୁଆଳ ହରିହର ରାଉତ ୯ଟା ୩୦ସମୟରେ ହଠାତ ଯନ୍ତ୍ରଣା ଅନୁଭବ କରିବାରୁ ନିକଟରେ ଥିବା ଶିକ୍ଷକ ଶରତ ଚନ୍ଦ୍ର ନାୟକ ଖବର ପାଇ ତାଙ୍କ ପରିବାରକୁ ଜଣାଇ ପ୍ରଥମେ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିସôାଧିନ ଅବସ୍ଥରେ ସକାଳ ୮ଟା ୩୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘଦିନ ଧରି କାର୍ଯ୍ୟକଲା ପରେ ସେ ଆସନ୍ତା ଅପ୍ରୀଲ ମାସରେ ଅବସର ଗ୍ରହଣ କରିଥାନ୍ତେ । ତାଙ୍କର ମୃତ୍ୟୂରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କର ମର ଶରୀର ଘରକୁ ଆସିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ରାଉତ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ବିଦୟାଳୟ କର୍ମଚାରୀ , ଶିକ୍ଷା କମିଟିର ସଭାପତି, ସଭ୍ୟସଭ୍ୟା, ମାଧ୍ୟମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତା, ବାବାଜୀ ପଣ୍ଡା, ଲିଙ୍ଗରାଜ ସାହୁ, ସୌମେନ୍ଦ୍ର ବାରିକ, ବଳରାମ ନାୟକ, ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ସମେତ ଶତାଧିକ ଲୋକ ତାଙ୍କ ଶବଧାରରେ ସାମିଲ ହେବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ପରିଷରରେ ଏକ ଶୋକସଭାର ଆୟୋଜନ କରାଯିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଶ୍ରୀ ରାଉତ ଜଣେ ସର୍ବାଦୃତ ଲୋକଭାବରେ ବିଦ୍ୟାଳୟ ତଥା ଅଂଚଳରେ ଜଣାସୁଣା ଥିଲେ ।
ବିଦ୍ୟାଳୟ ରାତ୍ର ଜଗୁଆଳର ପରଲୋକ
|
February 6, 2020 |



