ଚଣ୍ଡିଖୋଲ, ୧୯/୫ (ସନ୍ଧାନନିୟୁଜ/ମାନସ ରାଉତ): ବଡଚଣା ବ୍ଲକ ଅନ୍ତର୍ଗତ ଶାସନପୁରସ୍ତତକପୁର ଗାଁରେ ଥିବା ବିଦ୍ୟାଫାଉଣ୍ଡେସନ(ଶିଶୁ ଯନô ଗୃହ)ରେ ରହୁଥିବା କୋମଳମତି ଅସହାୟ ଶିଶୁମାନଙ୍କୁ ଗତ କାଲି ଦାଦା କୃପା ସାମାଜିକ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ହାତଧୁଆ ସାବୁନ ବଣ୍ଟନ କରାଯାଇଛି । କୋଭିଡ-୧୯ ଆଜି ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଦେଇଥିବା ବେଳେ କୋମଳମତି ଶିଶୁଙ୍କ ପାଇଁ ଦାଦା କୃପା ସାମାଜିକ ସଂଗଠନର ଏପରି ସହାୟତାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି । ସଂଗଠନର ସଭାପତି ଲାଲମୋହନ କଦମ ଗତ କାଲି ସଂଧ୍ୟାରେ ବିଦ୍ୟାଫାଉଣ୍ଡେସନରେ ପହଞ୍ଚି ସେଠାରେ ଥିବା ଶିଶୁମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହିତ ତାଙ୍କୁ ଏହି ସାମଗ୍ରୀ ବଣ୍ଟନ କରିଥିଲେ । ଆଗାମି ଦିନରେ ଏହି ସଂଗଠନ ପକ୍ଷରୁ ଆହୁରି ଅଧିକ ସହଯୋଗ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ବିଦ୍ୟାଫାଉଣ୍ଡେସନ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
|
May 19, 2020 |



