ବିଦେଶୀ ମଦ ଦୋକାନରୁ ଡକାୟତି : ଲକ୍ଷାଧିକ ଟଙ୍କାର ମଦ ସହ ବ୍ୟାପକ ସାମଗ୍ରୀ ଚୋରୀ
ବିଦେଶୀ ମଦ ଦୋକାନରୁ ଡକାୟତି : ଲକ୍ଷାଧିକ ଟଙ୍କାର ମଦ ସହ ବ୍ୟାପକ ସାମଗ୍ରୀ ଚୋରୀ
Sandhan News |
May 15, 2021 |

ବାଲିଗୁଡା,୧୪/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ ଡାଉନ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ଗତ ରାତି ପ୍ରାୟ ୧୦.୩୦ସମୟରେ ରାମପୁର ଛକରେ ଥିବା ବିଦେଶୀ ମଦ ଦୋକାନରେ ଏକ ୮ଜଣିଆ ଡକାୟତି ଦଳ ପଶି ୬ଲକ୍ଷ ଟଙ୍କାର ବିଦେଶୀ ମଦ ସହ ଏକ ସ୍କୁଟି, ଇନଭର୍ଟର, କମ୍ପ୍ୟୁଟର ହାଡ଼ଡିସ୍କ ଲୁଟି ନେଇଥିବା ବେଳେ ସେଲସମ୍ୟାନ ସହ ଦୁଇ ଜଣକୁ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ ଗତ ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଏକ ଅଟୋ ରିକ୍ସାରେ ୮ଜଣମୁଖା ପିନ୍ଧା ବ୍ୟକ୍ତି ରାମପୁର ଛକରେ ଥିବା ଏକ ନୂତନ ବିଦେଶୀ ମଦ ଦୋକାନ ଉପରେ ଆସି କବାଟ ଭାଙ୍ଗି ଡକାୟତି କରିଥିଲେ। ସେହି ଦୋକାନରେ ସେଲସମ୍ୟାନ ଅନୀଲ କୁମାର ସ୍ବାଇଁ ଅନ୍ୟ ଜଣେ ଶୋଇଥିବା ବେଳେ ତାଙ୍କୁ ମାଡ଼ ମାରିବା ସହ ହାତ ଗୋଡ ବାନ୍ଧି ୬ଲକ୍ଷ ଟଙ୍କାର ବିଦେଶୀ ମଦ, ଏକ ସ୍କୁଟି, ଇନଭର୍ଟର ମେସିନ, ବ୍ୟାଟେରୀ ଓ ସି ସି କ୍ୟାମେରାର କମ୍ପ୍ୟୁଟରର ହାର୍ଡଡିସ୍କ ନେଇଥିବା ଜଣାପଡ଼ିଛି। ବିଦେଶୀ ମଦ ଦୋକାନ ପକ୍ଷରୁ ଏନେଇ ଏକ ଲିଖିତ ଏତଲା ଦିଆଯିବା ପରେ ତୁମୁଡିବନ୍ଧ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ।
Related Posts
About The Author