ଯାଜପୁର ସଦର, ୧୬ା୦୧ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବିଦଗ୍ଧ କବୀ ଅଭିମନ୍ୟୁ ଜୟନ୍ତୀ ଉତ୍ସବ ୨୬୦ ତମ ଜୟନ୍ତୀ ଉତ୍ସବ ଆସନ୍ତା ଫେବୃଆରୀ ୧ ତାରିଖରେ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ବରୀ ବ୍ଲକ୍ କବୀଙ୍କ ଜନ୍ମପୀଠ ବାଲିଆ ପରିଶରରେ ଏକ ପସ୍ତୁତି ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପରିଶରରେ ଅଭିମନ୍ୟୁ ସାହିତ୍ୟ ପରିଷଦର ସଭାପତି ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବପ୍ରସାଦ ସାମଲ ଅଧ୍ୟକ୍ଷତା କରିଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶ୍ରୀଯୁକ୍ତ ଜୟନ୍ତୀକୁ ସରସ ସୁନ୍ଦର କରାଯିବା ପାଇଁ ଶ୍ରୀ ଦାସ ପ୍ରସ୍ତାବ ଦେଇଥିଲେ । ସମାଜ ସେବୀ ସାହିତ୍ୟ ପରିଷଦର ସଭାପତି ମଦନ ମୋହନ ହରିଚନ୍ଦନ ମହାପାତ୍ର, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର ରାଉତ, ପରିଷଦର ସମ୍ପାଦକ ବିଶ୍ୱବନ୍ଦିତା ଦାସ, ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ ଜେନା, ବିରେନ୍ଦ୍ର ସାମଲ, ୨୧ ନଂ ଜିଲ୍ଲା ପରିଷଦ ଅଶୋକ ସାମଲ, ବାଲିଆର ସରପଞ୍ଚ ପ୍ରବିର ଜେନା, ସାହିତ୍ୟ ଅନୁଷ୍ଟାନର ନିଦେ୍ର୍ଦଷକ ଶରତ ଜେନା, ସଂଗ୍ରାମ ରାୟ, ଅଭିମନୁ୍ୟ ଜେନା, ସରସ ସୁନ୍ଦର ଜୟନ୍ତୀ କରିବା ପାଇଁ ଆଲୋଚନା କରିଥିଲେ । ବରୀ ବିଧାୟୀକା ସୁନନ୍ଦା ଦାସ ଏହି ପ୍ରସ୍ତୁତି ବୈଠକରେ କଲେଜର ଅଧ୍ୟାପକ ଅଧ୍ୟାପିକା ବରିଷ୍ଟ ନାଗରିକ ମାନେ ଯୋଗଦାନ କରିଥିଲେ ।
ବିଦଗ୍ଧ କବୀ ଅଭିମନ୍ୟୁ ଜୟନ୍ତୀ ପାଇଁ ବୈଠକ ଅନୁଷ୍ଟିତ
|
January 16, 2020 |
