କେନ୍ଦ୍ରାପଡା/୦୮/୦୧/ସନ୍ଧାନ ନିଉଜ୍/ ବିଡ଼ିଓ ଙ୍କୁ ଠିକାଦାର ଙ୍କ ହତ୍ୟା ଧମକ l ସେ ପୁଣି ବିଡ଼ିଓ ଙ୍କୁ ଏକ କୋଠରୀ ଭିତରେ ପୁରାଇ l ବ୍ଲକ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରିବା ସହ ଏକ କୋଠରୀ ଭିତରେ ପୁରାଇ ଠିକାଦାର ବିଡ଼ିଓ ଙ୍କୁ ଦେଲେ ହତ୍ୟା ଧମକ lଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ୍ କୁ ନେଇ ସାଧାରଣ ରେ ଚର୍ଚ୍ଚା l ଆମେ କହୁଛୁ କେନ୍ଦ୍ରାପଡ଼ା ର ପୂର୍ବତନ ବିଡ଼ିଓ ଅଶ୍ୱିନୀ କୁମାର ଦାସ ଙ୍କ କଥା l ଜାନୁଆରୀ ଏକ ତାରିକ୨୦୨୨ ରେ ଚଗଲା ବିଶ୍ୱାଳ ନାମକ ଠିକାଦାର ଜଣେ ସହଯୋଗୀ ଙ୍କୁ ନେଇ ବ୍ଲକ ପରିସର ମଧ୍ୟରେ ପସି ବ୍ଲକ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରିବା ସହ ବିଡ଼ିଓ ଙ୍କୁ ହତ୍ୟା ଧମକ ଦେଇଥିବା ବିଡ଼ିଓ ଅଶ୍ୱିନୀ କୁମାର ଦାସ ଏକ ଲିଖିତ ଅଭିଯୋଗ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନାରେ l ଏପରି ଏକ ସମ୍ବେଦନ ଶିଳ ଘଟଣା ରେ ଆଜି ପ୍ରଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆ ନ ଯାଇ ପୋଲିସ ତଦନ୍ତ ର ଶୀତଲତା କୁ ନେଇ ସାଧାରଣ ରେ ସମାଲୋଚନା ଜୋର ଧରିଛି l ଏଠି ପ୍ରଶ୍ନ ଉଠୁଛି ଜଣେ ସାଧାରଣ ସରକାରୀ କର୍ମଚାରୀ ଙ୍କୁ ଯଦି ଜଣେ ସାଧାରଣ ଲୋକଟେ ଗାଳିଗୁଲଜ କରେ ତେବେ ସେଥିପାଇଁ ଦୃଢ କାର୍ଯ୍ୟନୁଷ୍ଠାନ ର ଵେବସ୍ତା ଥିବାବେଳେ ଏଠି ଜଣେ ଓଏସ ଅଫିସର ଙ୍କୁ ସିଧା ସଳଖ ଏକ କୋଠରୀ ମଧ୍ୟରେ ପୁରାଇ ତାଲା ପକାଇ ହତ୍ୟା ଧମକ ଏବଂ ବ୍ଲକ ପରିସର ମଧ୍ୟରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ଠିକାଦାର ଜଣକ ମଦ ପି ଗାଳିଗୁଲଜ କରିବା ଘଟଣା ରେ ପୋଲିସ ର ଶୀତଲତା ଏବଂ ବିଡ଼ିଓ ଙ୍କ ନୀରବତା କୁ ନେଇ ପ୍ରଶ୍ନ ଉଠୁଛି l ଠିକାଦାର ଙ୍କ ବିଡ଼ିଓ ଙ୍କ ପାଖରେ କାମ କଣ ଥିଲା ? କଣ ପାଇଁ ବିଡ଼ିଓ ଙ୍କୁ ହତ୍ୟା ଧମକ ଦେଲେ ଠିକାଦାର ? ଅଭିଯୋଗ ପରେ ଶୀତଲତା ସ୍ପଷ୍ଟ କରୁଛି ବିଡ଼ିଓ ଓ ଠିକାଦାର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ନାହିଁତ ? ଯଦି ନା ତେବେ ବିଡ଼ିଓ ଥାନାରେ ଅଭିଯୋଗ କଣ ପାଇଁ କଲେ ? ନା ଆଇନ ଦୁଇଟି l ଆଇନ ସମସ୍ତ ଙ୍କ ପାଇଁ ସମାନ ବୋଲି କହିବା ସହ ଏହି ଘଟଣା କୁ ଘୋଡ଼ା ଯାଉଛି ଯେଉଁ ଘଟଣା ର ସମସ୍ତ ନିଷ୍ପତି କୁ ସର୍ବ ସାଧାରଣ ଜାଣିବା ଦରକାର ବୋଲି ନିଜର ମତାମତ ରଖିଛନ୍ତି ଜନଶକ୍ତି ପାଟିର ରାଜ୍ୟ ସଭାପତି ତଥା ଆଇନଯିବି ପ୍ରଦୀପ ଦାସ l
ବିଡ଼ିଓ ଙ୍କୁ ଠିକାଦାର ଙ୍କ ହତ୍ୟା ଧମକ ପରେ କାର୍ଯ୍ୟାନୁଷ୍ଠାନ ଶୂନ l
|
January 8, 2022 |



