ବିଜେପୁର ଉପ ନିର୍ବାଚନ ଅକ୍ଟୋବର ୨୧ରେ

Spread the love

ଭୁବନେଶ୍ୱର, ୨୧/୯ (ସନ୍ଧାନ ନିୟୁଜ): ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ବିଜେପୁର ସମେତ ଦେଶର ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ ଉପ ନିର୍ବାଚନ ହେବ।

ମୁଖ୍ୟ ନିର୍ବାଚନ କମିଶନ୍‌ଙ୍କ ସୂଚନା ମୁତାବକ, ବିଜେପୁର ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ରହିବ ଏବଂ ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ।ଅକ୍ଟୋବର ୩ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ।୨୧ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ୨୪ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ।

Related Posts

About The Author

Add Comment