ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ପ୍ରତିବାଦରେ ସୁନ୍ଦରଗଡ଼ ସ୍ଥିତ DRDA ଛକ ଠାରୁ ପଞ୍ଚମୁଖୀ ହନୁମାନ ମନ୍ଦିର TVଛକ ପର୍ଯ୍ୟନ୍ତ ଏକ ପଦଯାତ୍ରା

Spread the love

ସୁନ୍ଦରଗଡ ତା: ୨୦ ୬/୨୦୨୩ (ସନ୍ଧାନ ନିଉଜ/ ରାଜୁ ପଟେଲ )ଗତକାଲି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ପ୍ରତିବାଦରେ ସୁନ୍ଦରଗଡ଼ ସ୍ଥିତ DRDA ଛକ ଠାରୁ ପଞ୍ଚମୁଖୀ ହନୁମାନ ମନ୍ଦିର TVଛକ ପର୍ଯ୍ୟନ୍ତ ଏକ ପଦଯାତ୍ରା ଏବଂ TPWODL ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ମାନନୀୟା ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ମହୋଦୟା, ସୁନ୍ଦରଗଡ଼ ପୌରାଧକ୍ଷ ଶ୍ରୀମତୀ ତନୟା ମିଶ୍ର ମହୋଦୟା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଅଜୟ ପଟେଲ ମହୋଦୟ ସମେତ ଶତାଧିକ ଜିଲ୍ଲା ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକର୍ତା ପ୍ରମୁଖ ଯୋଗଦେଇ ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

Related Posts

About The Author

Add Comment