ବିଜେପି ପକ୍ଷରୁ ୨୦ରେ ‘ପରୀ ପାଇଁ ନ୍ୟାୟ ପଦଯାତ୍ରା’

Spread the love

ବାରିପଦା, ୧୭/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) – ମୟୂରଭଞ୍ଜ ବିଜେପି ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ ନେଇ ଆଜି ଏଠାରେ ଜିଲା ସଭାପତି କାନ୍ଦ୍ରା ସୋରେନଙ୍କତତ୍ବାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଜେପି ରାଷ୍ଟ୍ରୀୟ ସଂପାଦକତଥା ସାଂସଦ ଇଂ ବିଶେଶ୍ଵର ଟୁଡୁ, ବିଧାୟକ ଦଳର ଉପନେତା ତଥା ଜିଲା ପ୍ରଭାରୀ ବିଷ୍ଣୁ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ବିରୋଧୀଦଳର ମୁଖ୍ୟ ସଚେତକ ମୋହନ ମାଝା, କୃଷକମୋଚ୍ଚାର ରାଜ୍ୟ ଉପସଭାପତି ରାଧାକୃଷ୍ଣ ମହାପାତ୍ର କହିଥିଲେ ଯେ, ମୁଖ୍ୟତଃ ପରୀ ସମେତ ଅନ୍ୟ ଶିଶୁଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଦଳପକ୍ଷରୁଏହାକୁ ତୀବ୍ର ସମାଲୋଚନା ସହିତ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳକୁ ବହିଷ୍କାର ଦାବି କରାଯାଇଛି । ଏଣୁବିଜେପି ପକ୍ଷରୁ ‘ପରୀପାଇଁ ନ୍ୟାୟ ପଦଯାତ୍ରା ଆଗାମୀ ୨୦ରେ ଭୁବନେଶ୍ୱରରୁ ଓଡ଼ିଶାର ପ୍ରମୁଖ ଦଳୀୟନେତାଙ୍କୁ ନେଇ ବାହାରିବା ସହ ପରିକ୍ରମା କରି ଆଗାମୀ ୨୪ ତାରିଖରେ ପରୀର ଯଦୁପୁର ଗ୍ରାମଠାରେ ପହଂଚି ସମାପନ ହେବ ବୋଲି ଦର୍ଶାଯାଇଛି । ସମଗ୍ର ଓଡ଼ିଶାର ୧୪୭ଟି ଯାକବିଧାନସଭା ନିର୍ବାଚନମଣ୍ଡଳୀରେ ଦଳପକ୍ଷରୁ ପରୀପାଇଁ ନ୍ୟାୟୀ ନେଇ ୧୦ କିଲୋମିଟର ଲେଖାଏଁ ପଦଯାତ୍ରାକରାଯିବ । ଏହି ଅବସରରେ ଓଡ଼ିଶାରେ ୨୦୧୯ ରେ ୫୫୦୩ ନିଖୋଜ ହୋଇଥିବା ମା’ ମାନଙ୍କ ପାଇଁ ଲଢେଇଏବଂ ଗତ ୫ବର୍ଷ ଭିତରେ ୨୭୦୦ ନିଖୋଜ ଶିଶୁଙ୍କ ପାଇଁ ମା’ ବାପାଙ୍କସକାଶେ ଲଢ଼େଇ ବୋଲି ଉଲ୍ଲେଖ କରାଯାଇଛି ।ଦିତୀୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଶେଷ କରି ଆୟକୁ ଦ୍ବିଗୁଣିତ କରିବା ପାଇଁ ତତ୍ପର ହୋଇ ଅନେକ ପଦକ୍ଷେପ ନେଉଥିବା ବେଳେ ବିଭିନ୍ନଭାଗୁଆରୀ ଦଳ ବିଜେପି ରାସ୍ତାକୁ ପ୍ରତିରୋଧ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯିବା ସହସେହି ଦଳମାନଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି । ଏଣ ଆଗାମୀ ୩ ମାସ ମଧ୍ୟରେ ବିଜେପିକୃଷକ ମୋର୍ଚ୍ଚା “ମଣ୍ଡିଚାଲ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଶହ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ସବୁମଣ୍ଡିରେ କେନ୍ଦ୍ରୀୟ ସହାୟତା ବ୍ୟାନର ଲଗାଇ ଚାଷୀଙ୍କୁ ସଚେତନ କରାଯିବ । ଆଗାମୀ ୨୪ ତାରିଖରେ ବାଲେଶ୍ୱରରେ ଆୟୋଜିତ ହେବାକୁ ଥିବା ମୟୂରଭଞ୍ଜ, କେଉଁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଚାଷୀଙ୍କ ସମାବେଶରେ ଚାଷୀଙ୍କୁ କେନ୍ଦ୍ରର ନୂତନ କୃଷିନୀତିସପକ୍ଷରେ ପୁଙ୍ଖାନୁପୁଙ୍ଖ ଅବଗତ କରାଯିବ । ଏହି ମର୍ମରେ ଥିବା ସମସ୍ତଧାନମଣ୍ଡିକୁ କୃଷକମୋର୍ଗା ମଣ୍ଡିଚାଲଅଭିଯାନରେ ଯିବ ବୋଲି ଘୋଷଣା କରାଯାଇଛି ।ସାମ୍ବାଦିକ ସମ୍ମିଳନୀରେ ଜିଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମ, ବିଧାୟକଙ୍କ ମଧ୍ୟରେ ପ୍ରକାଶ ସୋରେନ, ଡା, ବୁଢ଼ାନ ମୁର୍ମୁ ଓସନାତନ ବିଜୁଳି, ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ଜିଲା ସଭାପତି ଡ. କୃଷ୍ଣଚନ୍ଦ୍ରମହାପାତ୍ର, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାୟକ, ନିହାର ମୋଦି, ସୁଗଦା ମୁମ୍ଭ, ହେମନ୍ତ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment