ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ତିନି ସରପଂଚ

Spread the love

ଯାଜପୁର ସଦର,୨୧/୦୮/୨୦୨୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲାର ତିନୋଟି ପଂଚାୟତର ବିଜେପି ସରପଂଚ ବରୀ ନିର୍ବାଚନ ମଣ୍ଡଳୀର ଆଦର୍ଶ ବିଧାୟୀକାଙ୍କ କାର୍ଯ୍ୟରେ ଖୁସି ହୋଇ ବିଜେପିର ତିନୋଟି ସରପଂଚ ବିଜେଡ଼ିରେ ମିଶିଥିବା ଦେଖିବାକୁ ମିଳିଚି । ଦକ୍ଷତାର ସହିତ କାର୍ଯ୍ୟକରି ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାଶଙ୍କ ଉପରେ ନିର୍ଭର କରି ପଂଚାୟତ ନିର୍ବାଚନରେ ବିଜେଡ଼ିକୁ ପରାସ୍ତକରି ମୋଦିଙ୍କ ଅନୁପ୍ରାଣିତରେ ବିଜେପିର ମଙ୍ଗଧରିଥିବା ବରୀ ନିର୍ବାଚନ ମଣ୍ଡଳୀର ଯୁବ ନେତା ବିଶ୍ୱରଂଜନ ମଲ୍ଲ୍ିକଙ୍କ ନେତୃତ୍ୱରେ ଏହି ପଂଚାୟର ସରପଂଚ ମାନେ ନିର୍ବାଚିତ ବିଜେପିରୁ ହୋଇଥିଲେ । ଯାହାକି ବରୀ ନିର୍ବଚନ ମଣ୍ଡଳୀର ବିଧାୟୀକାଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାରେ ଭରସା କରି ଏହି ତିନୋଟି ପଂଚାୟତର ସରପଂଚ ମାନେ ମଙ୍ଗଧରି ଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ନିର୍ବାଚନ ମଣ୍ଡଳୀର ବିଜେପିର ସରପଂଚ ମାନେ ବିଜେଡ଼ିକୁ ଆସିଥିବାର ଦେଖିବାକୁ ମିଳିଚି । ଏହି ପଂଚାୟତ ଗୁଡ଼ିକ ହେଲା କଳାମାଟିଆ, ଇସାଣପୁର, ଅମଠପୁର, ଗମୁ ଏବଂ ମହାକାଳପଡ଼ ପଂଚାୟତର ସରପଂଚ ମାନେ ବିଜେଡ଼କୁ ଆସିଥିଲେ । ବରୀ ବିଧାୟୀକା ସୁନନ୍ଦା ଦାଶଙ୍କ କାର୍ଯ୍ୟ ଦକ୍ଷତାକୁ ପାଥେୟ କରି ଏହି ପଂଚାୟତର ସରପଂଚ ମାନେ ବିଜେଡ଼ିରେ ଯୋଗଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଅଙ୍ଗାଳ ପଂଚାୟତର ସରପଂଚ ବିଜେଡ଼ିରେ ଯୋଗଦେଇଥିଲେ । ସେହିପରି ବରୀ ପଂଚାୟତର ସରପଂଚ ରମାକାନ୍ତ ମଲ୍ଲିକ, ଅନ୍ୟାସପୁର ସରପଂଚ ଶୁଭଲକ୍ଷ୍ମୀ ମଲିକ ଏବଂ ଯାଜପୁର ବ୍ଲକ୍ ଅନ୍ତର୍ଗତ ଝାଲପଡ଼ା ପଂଚାୟତର ବିଜେଡ଼ିକୁ ଟକ୍କର ଦେଇ ଜିତିଥିବା ବିଜେପିରୁ ବିଜେଡ଼ିରେ ଯୋଗଦେଇ ଏହି ମିଶାଣ ପର୍ବ ବ୍ଲକ୍ ସଭାପତି କେଦାର ସାମଲ ଏବଂ ଝାଲପଡ଼ା ପଂଚାୟତର ସଭାପତି ପରେଶ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ବରୀ ବିଧାୟୀକା ସୁନନ୍ଦା ଦାଶ ଯୋଗଦାନ କରି ବରୀ ମାଟିର ସ୍ୱପ୍ନକୁ ସାକାର କରିବାପାଇଁ ମୁଁ ଶପଥ ନେଇଥିବା ବେଲେ । ବିଜୁ ଜନତା ଦଳକୁ ଏକତ୍ରିତକରି ବରୀ ମାଟିର ସ୍ୱପ୍ନକୁ ସାକାର କରିବି ଏହି ମିଶ୍ରଣ ପର୍ବରେ ବରୀ ନିର୍ବଚନ ମଣ୍ଡଳୀର ସାରଥି ଦେବେନ୍ଦ୍ର ଦାସ ଯୋଗଦେଇଥିବା ବେଳେ, ଅନ୍ୟାସପୁର ପୂର୍ବତନ ସରପଂଚ ସୁଲଭ ମଲ୍ଲିକ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଗଙ୍ଗାଧର ପଡ଼ିହାରୀ, ଫକିର ସିଂ, ଛାତ୍ର ନେତା ସଚିନ୍ଦ୍ର ସାମଲ, ପ୍ରଫୁଲ ମଲିକ, ବାସୁଦେବ ବରାଳ, ଜିଲ୍ଲା ଉପସଭାପତି ଆରତ ସାମଲ, ଯାଜପୁର ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ପ୍ରଦିପ ଦାସ, ଅନିଲ ସାହାଣୀ, ଯୁବ ନେତା ରଂଜନ ପଣ୍ଡା, ହିମାଶୁଂ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁବୋଧ ଜେନା, ଦଳିତ ନେତା ଦୁଷ୍ମନ୍ତ ସେଠୀ, ସମିତି ସଭ୍ୟ ପ୍ରଦିପ ଘଡ଼େଇ ଯୋଗ ଦେଇଥିବା ବେଳେ, ବିଧାୟୀକା କହିଲେ ତିନୋଟି ପଂଚାୟତର ସରପଂଚ ମାନେ ବିଜେଡ଼ିରେ ଯୋଗଦେବେ ବୋଲି ବିଧାୟିକା ସୁଚନା ଦେଇଥିଲେ ।

Related Posts

About The Author

Add Comment