ଯାଜପୁର:୨୪ା୦୨ ,(ସନ୍ଧାନ ନ୍ୟୁଜ): ବିଜେପି ଓ ବିଜେଡ଼ି ସରକାରର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ ଆସନ୍ତା ୨୬ ତାରିଖ (ସୋମବାର) ସଚିବାଳୟ ଘେରାଉ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏଥି ପାଇଁ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ୍ର ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ୨୪ ବର୍ଷର ଶାସନ କଳ ମଧ୍ୟରେ ଏ ସରକାର ସମୟରେ ଦୁର୍ନୀତିର ପାହାଡ଼ ଛିଡ଼ା ହୋଇଛି । ଦୁର୍ନୀତି ଖୋରକୁ ଦଣ୍ଡ ଦେବା ପରିବର୍ତ୍ତେ ଏ ସରକାର ତାଙ୍କୁ ପୁରସ୍କୃତ କରିଚାଲିଛି । ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି, ୩୩ ହଜାର କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଯୋଜନାର ଠିକା ଦୁର୍ନୀତି, ବିଦ୍ୟୁତ୍ କ୍ଷେତ୍ରରେ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚର ଦୁର୍ନୀତି ଏବଂ ୨୦ ବର୍ଷ ପରେ ମଧ୍ୟ ରାଜ୍ୟର ସମସ୍ତ ବ୍ଲକକୁ ୩୫ % ଜଳ ସେଚନ ଯୋଗାଇ ଦେବାର ବିଫଳତା, କୃଷକ ଆତ୍ମହତ୍ୟା ଏବଂ କୃଷକ ଋଣଭାରରେ ବୁଡ଼ି ରହିବା, ରାଜ୍ୟରେ କୃଷିଜାତ ଦ୍ରବ୍ୟ ସଂଗ୍ରକ୍ଷଣ ନ ହୋଇପାରିବା, ତାହାଛଡ଼ା ରାଜ୍ୟରେ ମହିଳାମାନଙ୍କର ସୁରକ୍ଷା ପ୍ରତି ଅତ୍ୟନ୍ତ ଉତଚଟ ଜନକ ହୋଇପଡ଼ିଛି । ୨୪ ବର୍ଷ ଭିତରେ ଏ ସରକାର ମହିଳା, ଛାତ୍ର, ଯୁବକ, ଶ୍ରମିକ, କୃଷକ, ଶାନ୍ତିରେ ଟିକିଏ ଶୋଇ ପାରୁ ନାହାନ୍ତି । ବିଶେଷକରି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସାମ୍ବାଦିକ ସମ୍ବିଳନୀରେ ଅଭିଯୋଗ କରିବା ସହ ରାଜ୍ୟକୁ ବିନାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି ବୋଲି ଦର୍ଶାଇଛନ୍ତି । ଏସବୁ ବ୍ୟତିତ ଦରଦାମ ବୃଦ୍ଧି ଫଳରେ ପ୍ରତ୍ୟେକ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଏ ସମସ୍ତ ବିଫଳତାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୨୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ଘେରାଉ କାର୍ଯ୍ୟକ୍ରମ କରାଯିବ । ଏଥିରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିବେଦନ କରିଥିବା ବେଳେ, ଯାଜପୁର ଜିଲ୍ଲା ମିଡ଼ିଆ ସେଲ୍ର ଚେୟାରମ୍ୟାନ ବିଭୁତି ଭୂଷଣ ମହାପାତ୍ର ଓ ମିଡ଼ିଆ ସେଲ୍ର ସଂଯୋଜକ ଆଦିତ୍ୟ ମହାନ୍ତି ଗଣମାଧ୍ୟମ ଜରିୟାରେ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ମାନଙ୍କୁ ଏହି ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
ବିଜେପି ଓ ବିଜେଡ଼ି ସରକାରର ବିଫଳତା ଓ ଦୁର୍ନୀତି ବିରୋଧରେ ସଚିବାଳୟ ଘେରିବ କଂଗ୍ରେସ
|
February 26, 2024 |
