ବିଜେପିର ହାତ ଛାଡ଼ିଲେ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ପାର୍ଥି ବିଷ୍ଣୁ ଚରଣ ସାହୁ

Spread the love

ଜେନାପୁର/ ୬/୫ (ସନ୍ଧାନ ନିଉଜ୍) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ରାଇଛନ୍ଦା ଗ୍ରାମର ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ସାହୁ ସ୍ୱଇଛା ରେ ଶୁକ୍ରବାର ବିଜେପି ଦଳ ରୁ ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀ ସାହୁ ତ୍ରିସ୍ତରୀୟ ନିର୍ବାଚନ ରେ ବିଜେପି ଦଳ ରେ ସାମିଲ ହୋଇଥିଲେ। ସେବେଠାରୁ ୧୧ ନମ୍ବର ଜୋନ ରେ ଥିବା ୯ ଗୋଟି ପଞ୍ଚାୟତ ଯଥା ରାଇଛନ୍ଦା,ଏଣ୍ଡଳବା, ରେଖିଦେଇପୁର, ତାଳଜଙ୍ଗ, କବାଟବନ୍ଧ, ମର୍ଜିତାପୁର, ଚକ୍ରଧର ପୁର, ଅଂଜିରା, ମଧୁସୂଦନ ପୁର, ପ୍ରମୁଖ ପଞ୍ଚାୟତ ରେ ଥିବା ବିଭିନ୍ନ ଦଳ ର କର୍ମୀ ମାନଙ୍କୁ ଏକାଠି କରି ଦଳୀୟ ସଂଗଠନ କୁ ମଝବୁତ କରିଥିଲେ। ତାଙ୍କର ଏହି ସାଙ୍ଗଠନିକ କାର୍ଯ୍ୟ କୁ ବିଜେପି କର୍ମୀ ମାନେ ପ୍ରଶଂସା କରୁଥିଲେ। ବିଜେପି ଦଳ ର ନେତୃମଣ୍ଡଳୀ ଶ୍ରୀ ସାହୁ ଙ୍କୁ ନ ପଚାରି ବିଭିନ୍ନ ସମୟରେ ଏହି ଜୋନ ରେ ଦଳୀୟ କାର୍ଯ୍ୟକ୍ରମ କରନ୍ତି ଏଥିସହ ଶ୍ରୀ ସାହୁ ଙ୍କୁ ଦଳ ଅବହେଳା କରିବା,ଦଳୀୟ କାର୍ଯ୍ୟକ୍ରମ କୁ ନ ଡାକିବା ,ଆଦି ବିଭିନ୍ନ ପ୍ରସଙ୍ଗ ରେ ତାଙ୍କୁ ଅସନ୍ତୋଷ କରିବା ଆଦି କାରଣ ଯୋଗୁଁ ଆଜି ସେ ଜିଲ୍ଲା ସଭାପତି ଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯାହାକି ବିଜେପି ଦଳ କୁ ଏକ ଶକ୍ତ ଧକ୍କା ଲାଗିଛି।

Related Posts

About The Author

Add Comment