ସୁନ୍ଦରଗଡ ତା:୧୧/୨/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଦଳ ପକ୍ଷରୁ ଭୋଟ ଭିକ୍ଷା ଉଦ୍ଧେଶ୍ୟରେ ସବଡେଗାରେ ଏକ ପଦଯାତ୍ରା କରାଯାଇଥିଲା । ସବଡେଗା ବ୍ଲକ ସଭାପତି ସୁଜିତ ପଟେଲଙ୍କ ତତ୍ୱବଧାନରେ ବିପୁଳ ସଂଖ୍ୟାରେ ଜନ ସମୁହ ଯୋଗଦେଇ ଏହି ପଦଯାତ୍ରାକୁ ସଫଳ କରିଥିଲେ । ଏହି ପଦଯାତ୍ରାରେ ବିଜେପି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ଲୋକଙ୍କୁ ମୋଦିଙ୍କ ନାରା ‘ସବ କା ବିକାଶ ମେ ଦେଶ କା ବିକାଶ’ ନାରା ନେଇ ଲୋକଙ୍କୁ ଅବଗତ କରାଇଥିଲେ । ଏହି ପଦ ଯାତ୍ରାରେ ସାଂସଦ ଜୁଏଲ ଓରାମ ସହ ସ୍ଥାନୀୟ ବିଧାୟକ ଭବାନୀ ସଙ୍କର ଯୋଗ ଦେଇ ବିଶ୍ବାସ କରିବା ଉପରେ ସ୍ଥିର ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ତାଙ୍କ ସହିତ ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରଥିନି ଫିଲିସିତା ଲାକ୍ରା ସହ ଓଡିଶା ସଂଗଠନ ମନ୍ତ୍ରୀ ରଞ୍ଜନ ପଟେଲ, ଵଟକିଶୋର ମିଶ୍ର, ଚୁମନ ପଟେଲ, ବିଭୁତି ଭୂଷଣ ପଟେଲ,ପ୍ରଶାନ୍ତ ସେଠ ଓ ଗୁଳସନ ବାରୁଆଙ୍କ ପ୍ରମୁଖଙ୍କ ଉଦ୍ୟମରେ ଶତାଧିକ କର୍ମୀ ଯୋଗଦେଇ ଏହି ପଦଯାତ୍ରା କୁ ସାଫଲ୍ୟ କରିଥିଲେ ।
ବିଜେପିର ପ୍ରଚାର ପାଇଁ ସବଡେଗାରେ ପଦଯାତ୍ରା
|
February 11, 2022 |



