ସୁନ୍ଦରଗଡ ତା:୧୧/୬/୨୦୨୫( ସନ୍ଧାନ ନ୍ୟୁଜ) ଆଜି ସୁନ୍ଦରଗଡ ଜିଲ୍ଲା ଡିଆରଡିଏ ଛକ ନିକଟରେ ଆଜି ଦିନ ୧୧ ଟା ସମୟରୁ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ କିଛିଦିନ ପୂର୍ବେ ବେଆଇନ ଭାବେ ବରପାଲି ରେଲୱେ ସାଇଡିଂ କୁ ଅଞ୍ଚଳବାସି ବିରୋଧ କରିଆସୁଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଯୋଗେଶ ସିଂ ଅଞ୍ଚଳବାସୀଙ୍କ ସମର୍ଥନରେ ସବୁବେଳେ ଲାଗିରହିଥିବା ।ବିଗତ ଦିନରେ ଅଞ୍ଚଳବାସୀଙ୍କ ସହ ବିଧାୟକ ମିଶି ଗଣ ଧାରଣା ଦେଇଥିବା ବେଳେ ଦୁଇ ଦୁଇ ଥର ଜିଲ୍ଲା ପୋଲିସ ପ୍ରଶାସନ ଗିରଫ କରି ଅଟକ ରଖିଥିଲା । ଏହାର ପ୍ରତିବାଦରେ ଆଜି ବିଜେଡ଼ି ପକ୍ଷରୁ ଏହି ପ୍ରତିବାଦ ସଭାରେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦିପାଲି ଦାସ,ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ,ପୂର୍ବତନ ବାଚସ୍ପତି ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ,ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା,ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ୍ ସମେତ କର୍ମକର୍ତ୍ତା ସହିତ ଅଞ୍ଚଳବାସୀ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ ।
ବିଜେଡି ପକ୍ଷରୁ ସୁନ୍ଦରଗଡରେ ପ୍ରତିବାଦ ସଭା କାର୍ଯ୍ୟକ୍ରମ
|
June 12, 2025 |



