ଭୁବନେଶ୍ଵର, ୨୧/୨/୨୦ (ସନ୍ଧାନ ନିଉଜ) : ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ମୃତ୍ୟୁ ଘଟିଛି। ପୁଅର ଗିରଫଦାରୀ ବିରୋଧରେ ସେ ଗତ ୧୨ ତାରିଖ ଦିନ ବ୍ରହ୍ମପୁର ଏସପିଙ୍କ ଅଫିସ ଆଗରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଭାଗ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସି ଓ ପରେ କଟକ ଏସ୍ସିବିକୁ ସ୍ଥନାନ୍ତର କରାଯାଇଥିଲା। ଅବସ୍ଥା ବିଗିଡିବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ
|
February 22, 2020 |



