ବିଜେଡିର ଅଭେଦ୍ୟ ଦୂୁର୍ଗ ହିଞ୍ଜିଳିକାଟୁ, ଭାଙ୍ଗିବା କି ଗଡ?

Spread the love
ଗଞ୍ଜାମ, ୧୫/୩ (ସନ୍ଧାନ ନିୟୁଜ) ରାଜ୍ୟର ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ । ଏହି ଆସନକୁ ଏଥିପାଇଁ ହାଇପ୍ରୋଫାଇଲ କୁହାଯାଉଛି କାରଣ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସର ଗଡ ରହି ଆସିଥିବା ଏହି ଆସନରେ ୨୦୦୦ ମସିହା ପରଠାରୁ ଲଗାତାର ୪ଥର ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏଣ୍ଟ୍ରି ପରେ ଏହି ଆସନରେ ବିରୋଧୀ ସତ୍ତା ହରାଇଥିବା ବେଳେ ବିଜେଡି ପାଇଁ ଏହା ଏବେ ଅଭେଦ୍ୟ ଦୂୁର୍ଗରେ ପରିଣତ ହୋଇଛି । କିନ୍ତୁ ଦୀର୍ଘ ୧୯ ବର୍ଷ ଧରି ଏହା ବିଜେଡିର ଦୁର୍ଗ ହୋଇ ରହିଥିବା ବେଳେ ଏବେ ଏହି ଦୁର୍ଗକୁ ଭେଦ କରିବାକୁ ବିରୋଧୀ କରୁଛନ୍ତି ବ୍ଲୁ-ପ୍ରିଣ୍ଟ ।

ଚଳିତ ନିର୍ବାଚନ ପାଇଁ ବିଜେଡି କ୍ଷେତ୍ର ପ୍ରସ୍ତୁତି କରିସାରିଲାଣି। ସେପଟେ ବିଭିନ୍ନ ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଦଳ ନିଜର ଭୋଟବ୍ୟାଙ୍କକୁ ଫେରାଇ ଆଣିବା ପାଇଁ ଲାଗିପଡିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼େଇ କରି ଆସୁଥିବା କାରଣରୁ ବିରୋଧୀ ଦଳମାନେ ଟକ୍କର ଦେବା ଭଳି ନିଜର ପ୍ରାର୍ଥୀ ଖୋଜୁଛନ୍ତି। କାରଣ ଗତ ନିର୍ବାଚନ ଗୁଡିକରେ ନବୀନ ଅପରାଜେୟ ରହିବା ସହ ଏକତରଫା ବିଜୟ ହାସଲ କରି ଆସୁଛି ।

ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜନତା ଦଳ ପ୍ରାର୍ଥୀ ହରିହର ସାହୁଙ୍କୁ ହରାଇ କଂଗ୍ରେସରୁ ବିଜୟୀ ହୋଇଥିଲେ ଉଦୟନାଥ ନାୟକ। ଏହାପରେ ୨୦୦୦ ମସିହାରୁ କଂଗ୍ରେସର ପ୍ରାର୍ଥୀ ଉଦୟନାଥ ନାୟକଙ୍କୁ ହରାଇ ବିଜେଡିରୁ ନବୀନ ପଟ୍ଟନାୟକ ବିଜୟଲାଭ କରିଥିଲେ। ଆଉ ଏହାପରେ ଅଟକନାହିଁ ନବୀନଙ୍କ ବିଜୟରଥ । ୨୦୦୦ ମସିହା ନିର୍ବାଚନରେ ପରାସ୍ତ ପରେ ମଧ୍ୟ କଂଗ୍ରେସ ହାର ନମାନି ନୂତନ ରଣନୀତି ନେଇ ୨୦୦୪ ମସହାରେ ନିର୍ବାଚନକୁ ଓହଲ୍ଲାଇଥିଲା ଓ କଂଗ୍ରେସରୁ ପାର୍ଥୀ ହୋଇଥିଲେ ଉଦୟନାଥ।  କିନ୍ତୁ କାମ କରିନଥିଲା କଂଗ୍ରେସର ରଣନୀତି । ପୁଣିଥରେ ନବୀନ ପଟ୍ଟନାୟକ ବିଜୟଲାଭ କରି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିଜେଡି କଂଗ୍ରେସ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବିରୋଧୀ ନେତା ଉଦୟନାଥ ନାୟକଙ୍କୁ ବିଜେଡି ଦଳରେ ସାମିଲ କରି ଆସନରେ ବସିଛନ୍ତି । ତେଣୁ ଏହି ଆସନ ନବୀନଙ୍କ ପାଇଁ ଲକି ଆସନ ହୋଇଥିବା ବେଳେ  ଏଠାରେ ବିଜୟ ବାନା ଉଡାଇଲେ ପୁଣିଥରେ ବିଜେଡି ଶାସନ କ୍ଷମତାକୁ ଆସିବ ବୋଲି ଏକ ଧାରଣା ସୃଷ୍ଟି ହୋଇଛି ।

Related Posts

About The Author

Add Comment