ଭୁବନେଶ୍ୱର, (ସନ୍ଧାନ ନିୟୁଜ) ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଗତ ସେପ୍ଟେମ୍ବର ମାସରୁ ଆରମ୍ଭ କରିଛନ୍ତି । ଏହା ଭିତରେ ବହୁ ଜିଲ୍ଲାରେ ଏହି କାର୍ଡ ବଂଟନ କାର୍ଯ୍ୟକ୍ରମ ଜାରି ରହିଛି । ଏପରକି ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ପ୍ରତି ପରିବାରର ପୁରୁଷ ବ୍ୟକ୍ତି ପିଛା ୫ଲକ୍ଷ ଏବଂ ମହିଳା ବ୍ୟକ୍ତି ପିଛା ୧୦ଲକ୍ଷ ଟଙ୍କା ସ୍ୱାସ୍ଥ୍୍ୟ ଗତ ଚିକିତ୍ସା ପାଇଁ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ଖୋଦ ରାଇଜ ମୁଖିଆ ନବୀନ ପଟ୍ଟନାୟକ । ଏହା ଭିତରେ ଅନେକ ରୋଗୀ ଏହି କାର୍ଡ ପାଇବି ଏହାର ଫାଇଦା ସେମାନଙ୍କୁ ମିଳିପାରିନାହିଁ । ଅପର ପକ୍ଷରେ ଘୋରଇ ମେଡିକାଲ ସଂଘ ଏହି କାର୍ଡକୁ ଗ୍ରହଣ କରିବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି । ଏପରକି ପୂର୍ବର ୧୦୦କୋଟି ଟଙ୍କା ସରକାର ମେଡିକାଲ ଗୁଡିକକୁ ଦେଇନଥିବା ନେଇ ସଂଘ ପୁରୀରେ ଏକ ସାମ୍ବାଦିକ ସମ୍ମଳନୀ କରି ପ୍ରକାଶ କରିଛି । କିନ୍ତୁ ଏହା ଭିତରେ ରାଜ୍ୟର ସମସ୍ତ ଜିଲ୍ଲାରେ ପଂଚାୟତ ସ୍ତରରେ ଏହାର ବଂଟନ ଜୋର ସୋରରେ ଚାଲିଛି । ତେବେ ପଂଚାୟତ ସ୍ତରରେ ବିଧାୟକ ମାନେ ଏହି କାର୍ଡ ମହା ଆଡମ୍ବର ସହକାରେ ବିଜେଡି ଦଳୀୟ ସଭାପରି କରି ବଂଟନ କରୁଥିବା ବେଳେ ଏହି ବଂଟନ ନିମନ୍ତେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଗ୍ରାମବାସୀଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିବା ନେଇ ରୋଚକ ତଥ୍ୟ ମିଳିଛି । ପ୍ରତି ପଂଚାୟତରେ ଲୋକଙ୍କୁ ରାଲି, ଟେଣ୍ଡ, ଖାଇବା ପିଇବା ସହିତ ନାଲି ପାଣି ପାଇଁ ମଧ୍ୟ ଏହି ଅର୍ଥକୁ ବ୍ୟବହାର କରାଯାଇଛି । ପୂର୍ବରୁ ପ୍ରତି ଗ୍ରାମରେ ଅଙ୍ଗନୱାଡି କର୍ମୀ, ଆଶା, ଗ୍ରାମର ୱାର୍ଡ ସଭ୍ୟା ଏବଂ ଗ୍ରାମବାସୀ ବୁଦ୍ଧିଜିବୀଙ୍କୁ ନେଇ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି । ଏହି କମିଟି ସାହାର୍ଯ୍ୟରେ ଗ୍ରାମକୁ ସଫା ରଖିବା ଏବଂ ଅନ୍ୟ କେତକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଗାଁ କଲ୍ୟାଣ ସମିତିକୁ ୧୦ହାଜର ଟଙ୍କା ପ୍ରଦାନ କରିଥାଏ । ବର୍ତମାନ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଏକ ପତ୍ରକରି ଗାଁ କଲ୍ୟାଣ ସମିତରେ ଥିବା ଅର୍ଥରୁ ୫ହଜାର ଟଙ୍କା ନେଇ ଏହି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ ପାଇଁ ଖର୍ଚ୍ଚ କରାଯାଇଛି । ଏହି ଚିଠି ରାଜ୍ୟର ସମସ୍ତ ଗାଁ କଲ୍ୟାଣ ସମିତିକୁ କରାଯାଇ ସମସ୍ତ ଗାଁ କଲ୍ୟାଣ ସମିତିରୁ ୫ହାଜର ଲେଖାଏଁ ଉଠାଇଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାଧ୍ୟମରେ କରି ଏହି ଅର୍ଥକୁ ନେଇଯାଇଥିବା ଜଣାପଡିଛି । ଏହି ଅର୍ଥରେ କାର୍ଡ ବଂଟନ ବେଳେ ଖାଇବା ପିଇବା ବାବଦରେ ଅଳିଆ ଅବର୍ଜନା କରାଯାଇଛି । ତେବେ ବାସ୍ତବରେ କହିବାକୁ ଗଲେ ଗାଁ କଲ୍ୟାଣ ସମତିରେ ରହିଥିବା ଗାଁ ସଫା ସୁତରା ରଖିବା ଟଙ୍କା ସେହି ପଂଚାୟତ ମଦ ପିଇବା କାର୍ଯ୍ୟ ସହିତ ପଂଚାୟତ ଅଳିଆ ଆବର୍ଜନା କରିବା କାର୍ଯ୍ୟରେ ବ୍ୟବହାର କରାଯାଇଛି । ତେବେ ଏହାକୁ ରାଜ୍ୟବାସୀ କେମିତି ଗ୍ରହଣ କରିବେ ତାହା ସମୟ କହିବ ।
ବିଜୁ ସ୍ୱସ୍ଥ୍ୟ କାର୍ଡର ବଂଟନ ପାଇଁ ଖର୍ଚ୍ଚ ବହନ କରିଛନ୍ତି ଗାଁ ଲୋକେ
|
December 29, 2021 |