ବିଜୁ ମହିଲା ଜନତା ଦଳର ପଞ୍ଚାୟତ ସ୍ତରୀୟ ଏକ ମହିଲା କର୍ମୀ ସମ୍ବିଳନୀ ଅନୁଷ୍ଠିତ

Spread the love

ସମ୍ବଲପୁର,( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ମାନେଶ୍ଵର ବ୍ଲକ ଜୋନ ୧ ଠାରେ ବିଜୁ ମହିଲା ଜନତା ଦଳର ପଞ୍ଚାୟତ ସ୍ତରୀୟ ଏକ ମହିଲା କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ତବଲା ପଞ୍ଚାୟତ ଠାରେ ହୋଇଥିବା ଏହି ସମ୍ବିଳନୀକୁ ମାନେଶ୍ଵର ବ୍ଲକ ବିଜେଡି ସଭାନେତ୍ରୀ ବୀଣାପାଣି ବେହେରା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଭାନେତ୍ରୀ ବନ୍ଦିତା ମିଶ୍ର,ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦୁରିଆ, ମାନେଶ୍ଵର ବ୍ଲକ ସଭାପତି ଗୋପିରଞ୍ଜନ ବେହେରା,ଜୋନ ୧ ର ଜିଲ୍ଲା ପରିଷଦ ସୁରଜା ସେଟ୍,କିରଣ ଜୟପୁରିଆ,ତବଲା ସରପଞ୍ଚ କାହ୍ନl ବିନେତ୍, ବିଜେଡି ମହିଲା ବ୍ଲକ ସମ୍ପାଦକ ମଞ୍ଜୁଲତା ଭଇସା,ମହିଳା ଉପସଭାପତି ଜୁଲିବାଳା ସାହୁ,ପଞ୍ଚାୟତ ସଭାନେତ୍ରୀ ପୁଷ୍ପାଞ୍ଜଳି ବଢ଼େଇ,ସମ୍ପାଦକ ତିଲୋତମା ବାଗ୍ ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ସଂଘଠନକୁ ସୃଦୁଢ କରିବା ସହ ଆସନ୍ତା ବିଧାନ ସଭା ଓ ଲୋକସଭାରେ କିପରି ନିଜ ଦଳ ପ୍ରାଥୀକୁ ବିଜୟ କରାଯିବ ସେ ନେଇ ଆଲୋଚନା ହୋଇଥିଲା l ବହୁ ସଂଖ୍ୟାରେ ଏଥିରେ ବିଜେଡି ମହିଲା କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l

Related Posts

About The Author

Add Comment