ଯାଜପୁର ସଦର, ସନ୍ଧାନ ନ୍ୟୁଜ,୦୭ା୧୦: ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନର୍ଦ୍ଦେଷରେ ଗାନ୍ଧି ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଧାୟକ ମାନଙ୍କ ତତ୍ୱାବଧାନରେ ପଦଯାତ୍ରା କରାଯାଉଥିବା ଦେଖିବାକୁ ମିଳିଚି । ମାନ୍ୟବର ମୁଖ୍ୟମନ୍ତ୍ରୀ ପଦଯାତ୍ରାକୁ ଉଦ୍ଘାଟନ କରି ବିଭିନ୍ନ ପଂଚାୟତକୁ ପରିକ୍ରମା କରାଯାଇଥିଲା । ବିଧାୟକ ବିଧାୟୀକା ମାନଙ୍କ ସହିତ ବାହାରିଥିବା ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲାରେ ୭ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ, ସୁକିନ୍ଦା, ବିଞ୍ଝାରପୁର, ଯାଜପୁର ବିଜୁ ଜନତା ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବାହାର ବିଜୟ ଶଙ୍ଖ ବଜାଇବା ସହିତ ପଂଚାୟତ ପରିକ୍ରମା କରିଥିଲେ । ୨୦୨୪ ନିର୍ବାଚନକୁ ଆଖିଆଗରେ ରଖାଯାଇ କାର୍ଯ୍ୟକ୍ରମ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଢ଼େ ୪କୋଟି ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଲାଗି ଲୋକଙ୍କର ଆଶ୍ରୀର୍ବାଦକୁ ଭରସା କରି ବିଜୁ ଜନତା ଦଳ ପକ୍ଷରୁ ଏହି ପଦଯାତ୍ରା କାର୍ଯ୍ୟକ୍ରମ କରାଯାଇଥିଲା ।
ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଟିତ
|
October 8, 2023 |
![](https://sandhannews.com/wp-content/uploads/2023/10/sandhan-2.jpg)