ସୁନ୍ଦରଗଡ ତା: ୨୨/୪/୨୦୨୩ ( ରାଜୁ ପଟେଲ/ ସନ୍ଧାନ ନିଉଜ) ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶା ଏବେ ତତଲା କଡ଼େଇ । ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଏପଟେ ଟାଟା ପାୱାର କରି ଚାଲିଛି ମନମାନୀ। ପ୍ରତି ଅଧଘଣ୍ଟା ରେ ଥରେ ବିଜୁଳି କାଟ ସହ ଘଣ୍ଟା ଘଣ୍ଟା ଧରି ବିଜୁଳି ଗୋଲ କରୁଛି ଟାଟା ପାୱାର। ଏହାଦ୍ବାରା ନା ଯେ କେବଳ ସାଧାରଣ ଜନତା କଷ୍ଟ ଭୋଗୁଛନ୍ତି ତା ସହ ଶିଶୁ ଓ ବୃଦ୍ଧ ବୃଦ୍ଧା ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା।ଗତ ପ୍ରାୟ ଦୁଇ ସପ୍ତାହ ହେବ ସୁନ୍ଦରଗଡ ସବଡେଗା ବ୍ଲକ ଅଞ୍ଚଳବାସୀ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି। ଘଣ୍ଟା ଘଣ୍ଟା ଧରି ବିଜୁଳି କଟୁଛି ଟାଟା ପାୱାର ଦ୍ଵାରା। ଯେତେବେଳେ ୱେସ୍କୋ ଦ୍ଵାରା ବିଦ୍ୟୁତ୍ ପରିଚାଳନା ହେଉଥିଲା ସେ ସମୟ ବେଶ୍ ଭଲ ଥିଲା ବୋଲି ଭାବୁଛନ୍ତି ଜନତା। ଅନ୍ୟ ପକ୍ଷରେ ପ୍ରାଇଭେଟ୍ ହାତକୁ ଗଲେ ବରଂ ଅଧିକ ବିଲ୍ ଆସୁ କିନ୍ତୁ ଅନେକ ସୁବିଧା ମିଳିବ ବୋଲି ସମସ୍ତେ ଭାବିଥିଲେ। କିନ୍ତୁ କ୍ଷୋଭ ର ବିଷୟ ବିଲ୍ ଟା ବଢ଼ିଗଲା ହେଲେ ବିଜୁଳି ସମସ୍ୟା କମିବ କଣ ଓଲଟା ତାହା ବି ବୃଦ୍ଧି ପାଇଲା। ପିଲାଙ୍କ ପରୀକ୍ଷା ସମୟରେ ସରକାରଙ୍କ ବିଜୁଳି ନ କାଟିବା ତାଗିଦ୍ କୁ ବି ମାନିଲାନି ଟାଟା ପାୱାର। ସେଇଭଳି ବିଭାଗୀୟ ମନ୍ତ୍ରୀ ଙ୍କ କଥା କୁ ବି ଭ୍ରୁକ୍ଷେପ କରୁନି ଟାଟା ପାୱାର। ତେବେ ଏ ଘରୋଇକରଣ କରି ନାହିଁ ନଥିବା ଅସୁବିଧା ପାଇଁ ଲୋକଙ୍କ ମନରେ ଆକ୍ରୋଶ ବଢ଼ିବାକୁ ଲାଗୁଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ବିଜୁଳି କାଟ ସହ ଘଣ୍ଟା ଘଣ୍ଟା ଧରି ବିଜୁଳି ଗୋଲ କରୁଛି ଟାଟା ପାୱାର
|
April 23, 2023 |