ସୁନ୍ଦରଗଡ ତା:୧/୭/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ୨୦୨୨ ମସିହା ପରି ଅତ୍ୟାଧୁନିକ ଯୁଗରେ ବିଗତ କୋଡିଏ ଦିନ ଧରି ଗ୍ରାମବାସୀ ବିଜୁଳୀ ସେବାରୁ ବଞ୍ଚିତ ଥିବା ଏବଂ ଅନ୍ଧାରରେ ରହିବା ଏକ ଲଜ୍ଜାଜନକ ବିଷୟ ପାଲଟିଛି । ଓଡିଶାର ବିଦ୍ୟୁତ ବିଭାଗ ଟାଟା ପାୱାର ହସ୍ତାନ୍ତର କଲା ପରେ ସମସ୍ତେ ଭାବିଥିଲେ ଓଡିଶା ବାସୀଙ୍କର ଦୁଃଖ ଦୂରହେବ ଏବଂ ଭଲ ସେବା ପାଇବେ କିନ୍ତୁ ହେଲା ତାର ବିପରୀତ ଟାଟା ପାୱାର ଆସିବାପରେ ଲୋକଙ୍କୁ ଠାରୁ ଦ୍ଵିଗୁଣ ବିଲ ନେବା ସହ ନିମ୍ନ ଧରଣର ସେବା ଯୋଗାଉଛି I ଏପରି ଅଭିଯୋଗ ଆସିଛି ସବଡେଗା ବ୍ଲକ କିରାଲଗା ପଞ୍ଚାୟତ ଅନ୍ତର୍ଗତ ରଙ୍ଗିଆଢ଼ିପା ଗ୍ରାମର ଲଝୋପଡ଼ାରେ । ବିଗତ କୋଡିଏ ଦିନ ଧରି ବିଜୁଳୀ ସେବାରୁ ବଞ୍ଚିତ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଗତ କିଛି ଦୀନରୁ ଅଞ୍ଚଳର ଟାନ୍ସଫର୍ମର କାମ କରୁ ନଥିବାର ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ବିଜୁଳି ଅଧିକାରୀ କାର୍ଯ୍ୟର ପ୍ରତିଶୃତି ଦେଇ ୨୦ ଦିନ ଗଡ଼ିଲା ପରେ ମଧ୍ୟ ଛୁଟିରେ ଥିବାକଥା କହୁଥିବା ଅଞ୍ଚଳବାସୀଙ୍କ ପ୍ରତିକ୍ରିୟାରୁ ଜଣାପଡିଛି । ଅଞ୍ଚଳବାସୀ ସବଡେଗା ବ୍ଲକ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲାପରେ ମଧ୍ୟ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରି ନାହିଁ । ଏହି ସବୁ ଅଞ୍ଚଳ ଜଙ୍ଗଲ ପାଖାପାଖି ହୋଇଥିବା ଯୋଗୁଁ ଦୀର୍ଘଦିନ ବିଜୁଳି ନରହିବା କାରଣରୁ ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ଅସୁବିଧା ହେବା ସଙ୍ଗେସଙ୍ଗେ ସାପ କିମ୍ବା ଅନ୍ୟ ବିଷଧର ଜନ୍ତୁଙ୍କ ସଂସର୍ପରେ ଆସି କିଛି ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି I ଜଣାପଡୁଛି ଯେପରି ଟାଟା ପାୱାରର ବିଜୁଳି ସେବା ଆସିଲାପରେ ଇଂରେଜଙ୍କ ମରଣା ନୀତିକୁ ଅନୁସରଣ କରୁଛନ୍ତି । ସ୍ଥାନୀୟ ଜନତାଙ୍କ ଏହି ସବୁ ଅସୁବିଧା ଦେଖି ମଧ୍ୟ ସ୍ଥାନୀୟ ସରପଞ୍ଚ ନିରବ ରହିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।
ବିଜୁଳି କର୍ମଚାରୀଙ୍କ ଅବହେଳା ଅନେକ ସମୟ ଧରି ସତେଇଶି ଘର ପରିବାର ଅନ୍ଧାରରେ
|
June 30, 2022 |