ବାରିପଦା, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ବୃକ୍ଷ ରୋପଣର ଗୁରୁତ୍ୱ ଓ ପରିବେଶ ଉପରେ ଏହାର ପ୍ରଭାବ ଉପରେ ବ୍ୟାପକ ସଚେତନତା ପାଇଁ ପ୍ରତିବର୍ଷ ମୌସୁମୀର ପ୍ରାରମ୍ଭରେ ଦେଶ ବ୍ୟାପି ବନ ମହୋସôବ ପାଳନ କରାଯାଇ ଆସୁଅଛି ।ମନୁଷ୍ୟର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ ।ସୁଷମଖାଦ୍ୟ ସ୍ୱଚ୍ଛଜଳ ଓ ପ୍ରଦୁଷଣ ମୁକ୍ତ ବାୟୂର ଆବଶ୍ୟକତାକୁବୃକ୍ଷହିଁ ପୂରଣକରିଥାଏ ।ସେହି ପରିପ୍ରେକ୍ଷିରେ ଆଜିବିଜୁମହିଳାଜନତା ଦଳରସଭାନେତ୍ରୀ ଦିପ୍ତିଲତାମିଶ୍ରଙ୍କନେତୃତ୍ୱରେସ୍ଥାନୀୟଏମ.କେ.ସି. ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତାମହାନ୍ତ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ଛବି ମାହାଲି, କୃଷ୍ଣଚନ୍ଦ୍ର ଦାସ, ପ୍ରଭାତ ନାଏକ, ବିଣାପାଣୀ ସାହୁ, ସବିତା ବେହେରା, ପ୍ରତିନନ୍ଦା କାନୁନଗୋ, ଛାତ୍ର ସଭାପତି ସୁନୀଲ ନାୟକ, ଅନନ୍ତ ଦାସ, ପ୍ରଭାତ ମହାଂତି, ପୁର୍ଣ୍ଣାନନ୍ଦ ପରିଡା, ଦ୍ରୌପଦୀ ସାହୁ, ରେହେନାସୁଲତାନ୍, ସୟେଦ୍ ଫିରଜୁଦିନ୍, ସଫିନାବିବି, ସଞ୍ଜୁକ୍ତା ଭୁଜବଳ, ସୁରଭି ଦାସ, ଶ୍ରାବଣୀ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ବିଜୁମହିଳାଜନତା ଦଳର ୭୨ତମ ବନମହୋସôବ ପାଳନ
|
July 7, 2021 |