ଜେନାପୁର, ୧୫/୬ (ସନ୍ଧାନ ନିଉଜ୍): ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଅଞ୍ଚଳରେ ଥିବା ଖାଦାନ ଏବଂ କ୍ରସର ୟୁନିଟ ଗୁଡ଼ିକ ରେ ଜିଲ୍ଲା ଖଣି ଉପ ନିର୍ଦ୍ଦେଶକ ଅଚାନକ ପରିଦର୍ଶନ କରିଛନ୍ତି। ଏହି ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କାର ଲଘୁଖଣିଜ ପଦାର୍ଥ ଲୁଟ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ବିଭିନ୍ନ ଖାଦାନ କୁ ବୁଲି ଦେଖିବା ସହିତ ଅମ୍ବିକା ଷ୍ଟୋନ କ୍ରସର, ଅଗ୍ରୱାଲା ଷ୍ଟୋନ କ୍ରସର, ମା ଚଣ୍ଡୀ ଷ୍ଟୋନ କ୍ରସର, ଏସ ଏନ ଇନଫ୍ରାଷ୍ଟ୍ରକଚର ,ପି ଆର ପି ଏଲ, ଶର୍ମା ଷ୍ଟୋନ କ୍ରସର, ସାଇ ମେଟାଲ ଇଣ୍ଡଷ୍ଟ୍ରି, ଶ୍ରୀ କ୍ରିଷ୍ଣା ଷ୍ଟୋନ କ୍ରସର ସମେତ ବହୁ କ୍ରସର ପରିଦର୍ଶନ କରିଥିଲେ। ଅଧିକାଂଶ କ୍ରସର ରେ ଅନୁମତି ଠାରୁ ଅଧିକ ପରିମାଣରେ ଲଘୁ ଖଣିଜ ପଦାର୍ଥ ମହଜୁଦ ଥିବା ଦେଖିବାକୁ ପାଇଥିଲେ। ଏହି ପରିଦର୍ଶନ ରେ ଖଣି ଉପ ନିର୍ଦେଶକ ଜୟ ପ୍ରକାଶ ନାୟକ, ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ରେଖିଦେଇପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ସାମିଲ ଥିଲେ। କ୍ରସର,ଖଣି ମାଲିକ ମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖାଯାଉଛି।ପରବର୍ତ୍ତୀ ସମୟରେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣି ଉପନିର୍ଦେଶକ ସୂଚନା ଦେଇଛନ୍ତି।
ବିଛାଖଣ୍ଡି ମୌଜାର କ୍ରସର ଓ ଖାଦାନ ଉପରେ ଜିଲ୍ଲା ଖଣି ଉପନିର୍ଦେଶ ଅଚାନକ ପରିଦର୍ଶନ କରି ଫେରିଛନ୍ତି।ଆଗକୁ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ।
|
June 15, 2024 |