ବିଛାଖଣ୍ଡି ପଥର ମାଫିଆଙ୍କ ଉପରେ ତହସିଲର ରକ୍ତମୁଖା ଚଢାଉ
ବିଛାଖଣ୍ଡି ପଥର ମାଫିଆଙ୍କ ଉପରେ ତହସିଲର ରକ୍ତମୁଖା ଚଢାଉ
Manas Kumar Rout |
August 11, 2019 |
ଧର୍ମଶାଳା, ୧୧ ।୮(ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ତହସିଲ ପ୍ରଶାସନ ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନର ଥିବା ଖଣି ଖାଦାନ ଉପରେ ଚଢାଉ ଜାରି ରଖିଛି । ଶନିବାର ଅତିରିକ୍ତ ତହସିଲଦାର ଦେବି ପ୍ରସାଦ ମହାନ୍ତି ବିଛାଖଣ୍ଡି ପାହାଡ ଉପରେ ଚଢାଉ କରିଥିଲେ । ସେହି ସମୟରେ ଏକ ହିଟାଚି ମେସିନ ଜବତ କରିଥିଲେ । ପଥରମାଫିଆ ଓ ଅତିରିକ୍ତ ତହସିଲଦାରଙ୍କ ସହିତ ଯାଇଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ରାଜନୈତିକ ବାଧ୍ୟବାଧକତା ହେଉ କିମ୍ବା ମାଫିଆ ମାନଙ୍କ ଭୟରେ ଥାନାରେ କୌଣସି ଲିଖିତ ଏତେଲା ହୋଇ ନଥିଲା । ିଘଟଣାକୁ ଗମ୍ଭିରତାର ସହିତ ନେଇ ତହସିଲଦାର ସରୋଜ କୁମାର ପଣ୍ଡା ଆଜି ଦିନ ତମାମ ବିଛାଖଣ୍ଡି ଅଂଚଳରେ ଥିବା ସମସ୍ତ ୧୮ଟି କ୍ରସରକୁ ନୋଟିସ ଜାରି କରିବା ସହିତ ଗତକାଲି ଘଟଣାସ୍ଥଳରୁ ଖସି ଯାଇଥିବା ଏକ କମ୍ପ୍ରେସର ସେସିନକୁ ଜବତ କରିବାକୁ ସକ୍ଷମ ହୋଇଛନ୍ତି । ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ଟ୍ରାକ୍ତରକୁ ପ୍ରଶାସନ ଖୋଜି ବାହର କରି ଚଢେଇଧରା ଫାଣ୍ଡିରେ ଜିମା ଦେଇଛନ୍ତି । ଚଢାଉ ସମୟରେ କ୍ରସର ପରିଷରରେ ଥିବା କର୍ମଚାରୀ/ମାଲିକ ଗିରଫ ଭୟରେ ୟାଡେସାଡେ ଦୌଡି ପଲାଉଥିବା ଦେଖବାକୁ ମିଳିଥିଲା ।ô ଏତେ ପରିମାଣର ମାଲ ମହଜୁଦ ସେମାନେ କେଉଁଠାରୁ ଆଣି ରଖିଛନ୍ତି? ମାଲ କେଉଁଠୁ ଆସୁଛି ବୋଲି ପ୍ରଶାସନ ଜାଣିବାକୁ ଚାହିଁଛି । ଓାଇ ଫର୍ମ, ବିଦ୍ୟ୍ୟୁତ ଯୋଗାଣ, ପରିବେଶ ମଞ୍ଜୁରୀ, ଜମିର କିସମ ପରିବର୍ତ୍ତନ, ଜମିର ସଠିକ ବିବରଣି କ୍ରସର ମାଲିକ ମାନେ ଆସନ୍ତା ସାତ ଦିନ ମଧ୍ୟରେ ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଦେଖିବାକୁ ଗଲେ ପ୍ରଶାସନ ମାଗିଥିବା ଏହି ପାଞ୍ଚଟି ତଥ୍ୟ କୌଣସି କ୍ରସର ମାଲିକ ସଠିକ ଭାବରେ ଦେଖାଇ ପାରିବେ ନାହିଁ । ବିଛାଖଣ୍ଡିର ଏହି ସରକାରୀ ଜମିରେ ଦିର୍ଘଦିନ ଧରି ଅନେକ ଗୁଡିଏ ମେଗାକ୍ରସର ସ୍ଥାପନ କରାଯାଇ ଦିନ ରାତି ପରିବେଶକୁ ପ୍ରଦୁର୍ଷିତ କରାଯାଉଛି । ଏହି ମୌଜାରେ ଏତେଦିନ ଧରି ଏଭଳି ବେଆଇନ ଖାଦାନ ଓ କ୍ରସର ଚାଲିଥିଲେ ମଧ୍ୟ ସ୍ଥାନୀୟ ରାଜସ୍ୱ ନିରିକ୍ଷକ ଓ ସ୍ଥାନୀୟ ପ୍ରଶାସନ କଣ କରୁଥିଲେ? ଏବେ ତାଙ୍କର ଭୁମିକାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ପୁଲିସର ଭୁମିକା ମଧ୍ୟ ସନେ୍ଦହ ଘେରରେ ରହିଛି । ଖାତା ନଂ ୩୮୯ମୌଜା ବିଛାଖଣ୍ଡିରେ ବିନା ପରିବେଶ ମଞ୍ଜୁରୀରେ ଆଜକୁ ପ୍ରାୟ ୧୦/୧୫ ବର୍ଷହେବ କଳାପଥର ଉତ୍ତୋଳନ ହୋଇଆସୁଛି । କିଛି ପ୍ରଭାବଶାଳି ରାଜନେତାଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ପୋ୍ରସôାହନରେ ବିଗତ କିଛି ବର୍ଷଧରି ପଥର ମାଫିଆ ମାନେ ଏଠାରେ ବେଆଇନ ଖନନ ସହିତ ବେଆଇନ କ୍ରସର ସ୍ଥାପନ ଜାରି ରଖିଛନ୍ତି । ଖଣି ଖାଦାନରେ କାମ କରୁଥିବା ମାଫିଆ ମାନେ ସରକାରି ଦଳର କର୍ମୀ କିମ୍ବା ନେତା ହୋଇଥିବାରୁ ସେମାନେ ପ୍ରଶାସନକୁ ଆଖି ଦେଖାଇବାକୁ ସାହସ ଜୁଟାଇଛନ୍ତି । ଆଜିର ଚଢାଉରେ ଧର୍ମଶାଳା ତହସିଲଦାର ସରୋଜକୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବି ପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ଶୁଶାନ୍ତ କୁମାର ଦାସଙ୍କ ସମେତ ପ୬ଶାସନର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।ତେଣୁ ପ୍ରଶାସନ ଦୃଢ ପଦକ୍ଷେପ ନନେଲେ ସରକାରୀ ଜମି ଓ ପରିବେଶର ସୁରକ୍ଷା ହୋଇପାରିବ ନାହି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Related Posts
About The Author