ବିଚିତ୍ର ରାଜ୍ୟରେ ବିଚିତ୍ର ନିୟମ: ଖରାରେ ସିଜୁଛନ୍ତି ଅଙ୍ଗନବାଡି ଛାତ୍ରଛାତ୍ରୀ, ତାଙ୍କ ପାଇଁ ଛୁଟି ନାଇଁ

Spread the love

ଭୁବନେଶ୍ୱର,୧୮/୫ (ସନ୍ଧାନ ନିୟୁଜ) ବଢୁଛି ଦିନକୁ ଦିନ ଗ୍ରୀଷ୍ମ ତାତି | ସକାଳ ୮ରୁ ବାହାରିବା ମୁସ୍କିଲ ହେଇଯାଉଛି | ଚଳିତ ଗ୍ରୀଷ୍ମ ଋତୁରେ ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ ରେ ଖରାଛୁଟି ମେ ମାସ ୫ତାରିଖ ରୁ ଆରମ୍ବ ହୋଇଥିବା ବେଳେ ବଢୁଥିବା ତାତି କୁ ଦେଖି ଗଣ ଶିକ୍ଷା ବିଭାଗ ଏପ୍ରିଲ ୧୮ତାରିଖ ରୁ ଖରାଛୁଟି ଘୋଷଣା କରିବାରୁ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଖରାଛୁଟି ପାଇବା ସଙ୍ଗେ ସଙ୍ଗେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଖରାଛୁଟି ପାଇବାରେ ପଛେଇନାହାନ୍ତି ।କିନ୍ତୁ ଏଥିରୁ ବଞ୍ଚିତ ହୋଇଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରର କୁନି କୁନି ପିଲାଙ୍କ ସମେତ ଅଙ୍ଗନବାଡ଼ି ଦିଦି । ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଖରାଛୁଟି ଘୋଷଣା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନଥିବା ଜଣାପଡ଼ିଛି । କୁନି କୁନି ପିଲାମାନେ ପ୍ରତ୍ୟେକ ଦିନ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢିବାକୁ କେନ୍ଦ୍ର ଗୁଡ଼ିକୁ ଯାଉଥିବା ଦେଖିବାକୁ ମିଳିଛି । ବଢୁଥିବା ତାତିକୁ ଦେଖି ବଡ଼ ବଡ଼ ଛାତ୍ର ଛାତ୍ରୀ ମାନଙ୍କୁ ଖରାଛୁଟି ଦିଆଯାଉଥିବା ବେଳେ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ଖରାଛୁଟି ଦିଆଯାଉନଥିବା ଦେଖି ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ କୋମଳମତି ଛାତ୍ର ଛାତ୍ରୀ ଙ୍କ ଉପରେ ତାତିର ପ୍ରଭାବ ପଡୁନାହିଁ କି, ସେମାନେ କଣ ଦେଶର ଭବିଷ୍ୟତ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।

 

ରିପୋର୍ଟ – ଅନିତା ବେହେରା ଆଣ୍ଡ ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment