ବିଏସଏଫ ପକ୍ଷରୁ ୨୦ତମ କାର୍ଗିଲ ବିଜୟ ଦିବସ ପାଳିତ

Spread the love
ବୈପାରିଗୁଡା ୨୬/୭ (ସନ୍ଧାନ ନିଉଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୈପାରିଗୁଡା ଠାରେ ଥିବା ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୈପାରିଗୁଡା ସ୍ଥିତ ୧୩ବାଟାଲିୟନ ବିଏସଏଫ ପକ୍ଷରୁ ୨୦ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି ।ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈପାରିଗୁଡା ବିଏସ୍ଏଫ କ୍ୟାମ୍ପର ସେକେଣ୍ଡ ଇନ କମାଷ୍ଟାଣ୍ଡ ଭୂପେନ୍ଦ୍ର ପ୍ରତାପ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁମୁଦ ରଞ୍ଜନ ମହାରଣା, ଅଧ୍ୟାପକ ସଦାନନ୍ଦ ଅଡାରୀ,ଅଧ୍ୟାପକ ରାଜ କିଶୋର ନାୟକ, ଅଧ୍ୟାପିକା ସୁଭଦ୍ରା ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ର ୧୩ବାଟାଲିୟନ ବିଏସଏଫ ସେକେଣ୍ଡ ଇନ କମାଣ୍ଡାଣ୍ଟ ଭୂପେନ୍ଦ୍ର ପ୍ରତାପ ସିଂ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଆଜି କାର୍ଗିଲ ବିଜୟ ଦିବସ ।୧୯୯୯ ଜୁଲାଇ ଆଜିର ତାରିଖରେ ଭାରତୀୟ ସେନାର ଅପରେସନ ବିଜୟର ସଫଳତାକୁ ପୁରିଲା ୨୦ ବର୍ଷ । ସେତେବେଳେ ଯୁଦ୍ଧରେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା ।ଯୁଦ୍ଧ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ ।ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ବୋଲି ବୁଝାଇଥିଲେ।ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ୧୩ବାଟାଲିୟନ ବିଏସଏଫ ଯବାନ ମାନେ ସହଯୋଗ କରିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment