ସୁନ୍ଦରଗଡ ତା:୧୦/୧/୨୦୨୬( ସନ୍ଧାନ ନ୍ୟୁଜ ) ତଳସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ଟାଙ୍ଗର ଗାଁ ପଞ୍ଚାୟତର ପିଣ୍ଡା ପଥର ଗ୍ରାମରେ ଗତ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ପିଣ୍ଡା ପଥର ଗ୍ରାମର ଆଲାର କୁଜୁର ଙ୍କ ଘରେ ବାହାଘର ଭୋଜି ଚାଲିଥିଲା । ସେହି ସମୟରେ ନିକଟ ଅଞ୍ଚଳ ଶାଗଜୋର ବନ ଟୋଲି ର ଫ୍ରାନ୍ସସିସ ଲାକଡ଼ା ଙ୍କ ପୁଅ ବିନେଜ୍ ଲାକଡା ଦୃତ ଗତିରେ ଆସି ସାମ୍ନା ପଟେ ଥିବା ଫ୍ରାନ୍ସସିସ ତିର୍କୀ ଙ୍କୁ ତାଙ୍କ ଘର ସାମ୍ନାରେ ପଲସର ବାଇକ (ଓଡ୧୬ପି ୩୯୪୨) ଦୁର୍ଘଟଣା ଘଟାଇଥିଲେ ।ଏହି ସମୟେ ସେ ନିଶାସକ୍ତ ଅବସ୍ଥାରେ ଥିବା ସୂଚନା ରହିଛି ।ଏହି ଘଟଣା ସନ୍ଧ୍ୟା ସମୟ ପ୍ରାୟ ୭ ଟା ରେ ହୋଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଫ୍ରାନ୍ସସିସ ତିର୍କୀ ଚାରି ଘଣ୍ଟା ଅଚେତ୍ ରହିଥିବା ସୂଚନା ଥିବା ବେଳେ ତାଙ୍କୁ ବଡ ଗାଁ ଚିକିତ୍ସାଳୟକୁ ଚିକିତ୍ସାଳୟକୁ ପଠାଯାଇଥିଲେ । ସେଠାରେ ପରିସ୍ଥିତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ଜଣା ପଡ଼ିଛି । ତଳସରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି। ବାଇକ ଦୁର୍ଘଟଣାରେ ମୃତ୍ୟୁ କାରଣରୁ ଅଞ୍ଚାଳରେ ଶୋକ ର ଛାୟା ଖେଳିଯାଇଛି ।
ବାହାଘର ଭୋଜି ଆଶର ହୋଇଥିବା ବେଳେ ବାଇକ ଦୁର୍ଘଟଣାରେ ଚାଲିଗଲା ନିରୀହ ଲୋକଙ୍କ ଜୀବନ
|
January 10, 2026 |



