ବାସ୍ତବ ସଚେତନତା ଜରୁରୀ: ଯାଜପୁରରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା କମୁନାହିଁ !

Spread the love

ଯାଜପୁର, ୨୪/୧(ସନ୍ଧାନ ନିୟୁଜ) ଯେତେ ଯାହା କଲେ ବି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମୁନାହିଁ । ୨୦୧୭ ବର୍ଷରେ ଯାଜପୁର ଜିଲ୍ଲାରେ ରାସ୍ତା ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ ବର୍ଷରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଜନତି ମୃତ୍ୟୁ ସଂଖ୍ୟା ହ୍ରାସ ନପାଇବା ହିଁ ପ୍ରମାଣ କରୁଛି ସଡକ ସୁରକ୍ଷା ନେଇ କରାଯାଉ ଥିବା କାର୍ଯ୍ୟକ୍ରମ ଓ ପ୍ରଶାସନିକ ତତ୍ପରତାର ସଫଳତା । ସାଧାରଣ ଲୋକ ସଚେତନ ହେଲେ ହେଁ ସଡକ ସୁରକ୍ଷା କାର୍ଯ୍ୟକ୍ରମର ସଫଳତା ମିଳିବ । ସେଥିପାଇଁ ସଡକ ସୁରକ୍ଷା ନେଇ ବାସ୍ତବ ସଚେତନତା ଜରୋରୀ ବୋଲି ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡକ ସୁରକ୍ଷା ବୈଠକରେ ମତ ପ୍ରକାଶ ପାଇଛି ।
୩୦ ତମ ରାଷ୍ଟ୍ରିୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ଫେବୃଆରୀ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏଥିନେଇ ଅନୁଷ୍ଠିତ ପ୍ରସ୍ତତି ବୈଠକରେ ଯାଜପୁର ଏସ.ପି ଚରଣ ସିଂ ମିନା କହିଥିଲେ ଯେ, ଯାଜପୁର ଜିଲ୍ଲାରେ ପୋଲିସ ଓ ପ୍ରଶାସନର ସଡକ ସୁରକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ତପ୍ତରତା ସତ୍ୱେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ନହେବା ଅତ୍ୟନ୍ତ ଦଃୁଖଦାୟକ । ଜାତୀୟ ରାଜପଥରେ ନିରାପଦରେ ଜୀବନ ଯାତ୍ରା ପାଇଁ ଭଲ ସଡକ ଅତ୍ୟାବଶୀକ । ହେଲେ ଜାତୀୟ ରାଜପଥ ଅଧିକାରୀମାନେ ପ୍ରତ୍ୟେକ ଥର ବୈଠକରେ ଦେଉଥିବା ପ୍ରତିଶୃତି ମୁତାବକ ରାସ୍ତାକୁ ନିରାପଦ ଯାତ୍ରା ଉପଯୁକ୍ତ କରୁ ନାହାନ୍ତି । ଫଳରେ ଅନେକ କ୍ଷେତ୍ରରେ ଏହି କାରଣରୁ ସଡକ ଦୁର୍ଘଟଣା ଘଟି ରାସ୍ତା ଦୁର୍ଘଟଣାରେ ଦନ ଜୀବନ କ୍ଷତି ହେବା ସହ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଏଥିପାଇଁ ଉପସ୍ଥିତ ଜାତୀୟ ରାଜପଥ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କମିଟିର ବରିଷ୍ଠ ସଭ୍ୟ ସତୀଶ ବିଶ୍ୱାଳଙ୍କ ପ୍ରସ୍ତାବକ୍ରମେ ଚଳିତବର୍ଷ ସଡକ ସୁରକ୍ଷା ସପ୍ତାହର ଉଦଘାଟନ ଉସôବ ଯାଜପୁରରୋଡରେ କରାଯିବାକୁ ସ୍ଥିର ହୋଇଛି । ସପ୍ତାହବ୍ୟାପୀ ସଡକ ସୁରକ୍ଷାରେ ସଡକ ସୁରକ୍ଷା ନେଇ ବକ୍ତୃତା, ରଚନା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଗଣଦୈାଡ, ର୍ୟାଲି, ପ୍ରଚାରପତ୍ର, ବ୍ୟାନର ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମାଭିମୁଖୀ କରିବାକୁ ଚଣ୍ଡୀଖୋଲ ଆର.ଟି.ଓ ଲାଲ ମୋହନ ସେଠୀ ମତ ପ୍ରକାଶ କରିଥିଲେ । ଯାଜପୁର ଅତିରିକ୍ତ ଆର.ଟି.ଓ ଏସ.ଏନ. ପଣ୍ଡା ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବାକୁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଏଥିରେ ଯାଜପୁର ଏମ.ଭି.ଆଇ ଦୀପକ କୁମାର ସେଠୀ,ଏସ.ଡି.ପି.ଓ ପ୍ରଶାନ୍ତ କୁମାର ମଲିକ, ଜାତୀୟ ରାଜପଥ ଅଧିକାରୀ ଶିଶୁ ମୋହନ, ସୁମିତ ଶରଣ ସାହୁ, କମିଟି ସଭ୍ୟ ବିଜୟ କୁମାର ମହାନ୍ତି, ପଦ୍ମନାଭ ଜେନା, ଡାକ୍ତର ପି.ଏନ.ନାୟକ,ଏସ.ଇ ରଜତ କୁମାର ପ୍ରହରାଜ, ଯାଜପୁର ମୁନିସପାଲଟି ଏକଜ୍ୟୁଟିଭ ଅଫିସର ସରୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ ଥିଲେ । ସଭ୍ୟ ସତୀଶ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ । ତେବେ ହେଲେମେଟ ଚେକିଂ ଅପେକ୍ଷା ମଦ୍ୟପ ଚାଳକ ଏବଂ ବେପରୁଆ ଅଧିକ ବେଗଗାମୀ ଗାଡି ଚାଳନା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହିଁ ଦୁର୍ଘଟଣା ହ୍ରାସ କରିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିବା ବେଳେ ସଡକ ସୁରକ୍ଷା ବୈଠକରେ ମଧ୍ୟ ବାରମ୍ବାର ଦାବି ହେଉଛି ।

Related Posts

About The Author

Add Comment