ଭୁବନେଶ୍ୱର ୨୩/୦୪ (ସନ୍ଧାନ ନିଉଜ) : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଆଜି ରାତି ୧୦ଟା ୬୦ ଘଣ୍ଟିଆ ସଟଡାଉନକୁ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କୁ ଘରୁ ପାଦ କାଢ଼ିବାକୁ ମନା କରାଯାଇଛି। ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ ‘ସଟଡାଉନ୍’କୁ ମାନି ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି।
ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ୬୦ ଘଣ୍ଟିଆ ସଟଡାଉନ୍
|
April 23, 2020 |



