କଟକ, ୨୬/୦୩/୨୦୨୨ (ସନ୍ଧାନ ନିଉଜ) : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ କରୋନା ଟୀକା ବେଣ୍ଟକାର ସ୍ବାସ୍ଥ୍ୟକେନ୍ଦ୍ରର ଭାସ୍କିନେଟର ଶୁଭଶ୍ରୀ ସ୍ବାଇଁ,ଡିଇଓ ସୋନାଲି ସେନାପତି ଦ୍ବାରା ୧୨୭ ଜଣକୁ ଟିକା ପ୍ରଦାନ ସହ ଦ୍ୱିତୀୟ ଡୋଜ ପାଇଁ ପଞ୍ଜିକୃତ ଥିବା ପିଲା ମାନଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକର୍ମରେ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶଙ୍କ ପରାମର୍ଶ କ୍ରମେ ଶିକ୍ଷୟତ୍ରୀ ରୂପାଲି ରୁପଜିତା,ଶର୍ମିଷ୍ଠା ମହାନ୍ତି ପ୍ରମୁଖ ପରିଚାଳନା କରିବା ସହ ସ୍କୋଉଟ୍ ଓ ଗାଇଡ ପିଲାମାନେ ସହାୟତା ପ୍ରଦାନ କରିଥିଲେ । କିଛି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ ଦ୍ଵାରା ଉପକୃତ ହୋଇଥିଲେ ।
ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟ ଦେଉଳିରେ କୋଭିଡ୍ ଟୀକାଦାନ
|
March 26, 2022 |



