ବାଲୁଘାଟରେ ପଶିଲା ପାଣି,୨୦ ପରିବାର ଜଳବନ୍ଦୀ
ରାଉରକେଲା,୧୯/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଆଜି ନଦୀ ପାଣି ସ୍ଥାନୀୟ ବାଲୁଘାଟ ଅଂଚଳରେ ପଶିବା ଦ୍ୱାରା ନିକଟବର୍ତୀ ବହୁ ବସ୍ତି ଜଳାର୍ଣ୍ଣବ ହୋଇଛି । ଫଳରେ ଗତରାତି ଠାରୁ ବସ୍ତିବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଖବର ମିଳିଛି । ବସ୍ତିବାସିନ୍ଦା ୨୦ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଲୋକମାନଙ୍କ ଘରେ ବର୍ଷା ପାଣି ପଶିଯିବାରୁ ଘରର ଆସବାବପତ୍ର, କାଗଜପତ୍ର ଆଦି ନଷ୍ଟ ହୋଇଯାଇଛି । ରାଉରକେଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ବସ୍ତିରେ ନପହଂଚିବା କାରଣରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି ।: ଗତ ଶନିବାର ଠାରୁ ରାଉରକେଲାରେ ଅବିରତ ବର୍ଷା ଜାରି ରହିବା ଫଳରେ ମନ୍ଦିରା ଡ୍ୟାମର ଜଳପତନ ବୃଦ୍ଧି ପାଇଥିଲା । ଫଳରେ ଡ୍ୟାମ କର୍ତୃପକ୍ଷ ପ୍ରଥମେ ୫ଟି ଗେଟ ଖୋଲିବା ପରେ ପୁଣି ୬ଟି ଗେଟ ଖୋଲିବା ଦ୍ୱାରା ବ୍ରାହ୍ମଣୀ ନଦୀ ଜଳପତନ ବୃଦ୍ଧି ପାଇଥିଲା
Related Posts
About The Author