ସୁନ୍ଦରଗଡ ତା:୧୮/୧୨/୨୦୨୫(ସନ୍ଧାନ ନ୍ୟୁଜ) ସରକାର ଲୋକଙ୍କ ହିତ ପାଇଁ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ଅନ୍ତର୍ଭୁକ୍ତ କରିଛନ୍ତି । ଅଞ୍ଚଳ ର କିକାଶ ହେଉଛି ସତ ହେଲେ ଗରିବ ଲୋକଙ୍କ ଠାରୁ ଫାଇନ୍ ନାଆଁ ରେ ଲୁଟୁଛନ୍ତି ଅନେକ ଟଙ୍କା ।ଏହି କ୍ରମରେ ଦଳିଚକଟି ହେଉଛନ୍ତି ସାଧାରଣ ଜନତା ।ସରକାର ଲୋକଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଯୋଜନାରେ ଘର ସହିତ ଅଞ୍ଚଳ ର ବିକାଶ କୁ ନେଇ ଅନେକ ସ୍କୁଲ, କଲେଜ,ମଣ୍ଡପ କଂକ୍ରିଟ ରୋଡ ଅନେକ କାର୍ଯ୍ୟ ହେଉଛି । ହେଲେ ଏହି କାର୍ଯ୍ୟ ପାଇଁ ବାଲି ଆସୁଛି କୋଉଠୁ ? ସୂଚନା ଅନୁସାରେ ସବଡେଗା ବ୍ଲକରେ ବିକାଶ ର କଥା କହିବାକୁ ଗଲେ ବାଲି ଏକ୍ ବଡ ପ୍ରଶ୍ନ? ସବଡେଗା ଅଞ୍ଚଳ ରେ ଦେଖିବାକୁ ଗଲେ ଦୁଇଟି ନଦୀ ରହିଛି ହେଲେ ମିଳୁନି ବାଲିଘାଟ ମାନ୍ୟତା । ବାଲି କଥାକୁ ନେଇ ପ୍ରଶାସନ ନୀରବ ହେଲେ ପ୍ରତିଦିନ ଦିନ ରୁ ରାତିଯାଏ ହେଉଛି ଟ୍ରାକ୍ଟର ଦ୍ଵାରା ବାଲି ଉଠାଣ । ଜଣେ ଗରିବ ତାର ଘର ତିଆରିରେ ବାଲି ଆବଶ୍ୟକ ଥିବାବେଳେ ତାକୁ ଟ୍ରାକ୍ଟର ମାଧ୍ୟମରେ ଆଣୁଥିବା ସମୟରେ ପ୍ରଶାସନ ଅନେକ ଟଙ୍କା ଜରିମାନା ଆଦାୟ କରୁଥିବା କଥା ସୂଚନା ରହିଛି । ମାତ୍ର ସବଡେଗା ବ୍ଲକ ତଥା ଆଖପାଖ ବ୍ଲକରେ ବଡ ଯାନ ବାହାରେ ବାଲି ଚୋରି ହେଉଥିବା ସୂତ୍ରରୁ ଜଣାପଡିଛି । ଏଥିରେ ପ୍ରଶ୍ନ ଉଠୁଚି ସରକାରଙ୍କ ବିକାଶ ଭିତ୍ତିକ ଯୋଜନାରେ ବାଲି ର ହରଣଚାଲ ହେବା ଓ ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ବାଲି ମାଫିଆ ସହିତ ଅଞ୍ଚଳ ପ୍ରଶାସନର ମିଶ୍ରଣରେ ଚାଲିଛି ଅନବରତ ବାଲି ଚୋରି
|
December 18, 2025 |



