ବାଲି କୁଦିଆ ଠାରେ ବିନା ସୂଚନା ଫଳକରେ ଚାଲିଛି ମେଘା ପାନିୟ ଜଳ ପ୍ରକଳ୍ପ ,ମଧୁର ଜଳ ପାଇଁ ଚାତକ ପରି ଚାହିଁ ବସିଛନ୍ତି ଧର୍ମଶାଳା ବାସୀ।

Spread the love

ଜେନାପୁର/୨୩/୦୧/ସନ୍ଧାନ ନିଉଜ୍ (ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ରାଇଛନ୍ଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଲିକୁଦିଆ ବ୍ରାହ୍ମଣୀ ନଦୀ କୂଳରେ ୫ଏକର ବିଶିଷ୍ଟ ସରକାରୀ ଜମି ଉପରେ ବିନା ସୂଚନା ଫଳକରେ ୧୫୬ କୋଟି ଵ୍ୟୟରେ ମେଘା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ମଁଥର ଗତିରେ ଚାଲୁ ଥିବାରୁ ମଧୁର ପାଣି ପାଇଁ ଚାତକ ପରି ଚାହିଁ ବସିଛନ୍ତି ଧର୍ମଶାଳା ବାସୀ। ସୂଚନା ଯେ ଏହି ପ୍ରକଳ୍ପ ରୁ ଧର୍ମଶାଳା ବ୍ଲକ ର ୪୫ ଗୋଟି ପଂଚାୟତ ବାସୀ ଉପକୃତ ହେବେ। ପାଇପ ଯୋଗେ ସମସ୍ତ ଗ୍ରାମ ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ଥିର କରିଥିବା ବେଳେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଇଦେବା ପାଇଁ ପାଇପ ବିଛା କାର୍ଯ୍ୟ ଚାଲୁ ଅଛି । ଏ ନେଇ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ଵ ଓ ଗାଁ ବିଭିନ୍ନ ଛକ ର କଂକ୍ରିଟ ରାସ୍ତା ତାଡି ପାଇପ ବିଛା ଯାଉଛି ହେଲେ ପାଇପ ବିଛା ସମୟରେ ଶ୍ରମିକ ସାହାଯ୍ୟରେ ଗାଁ ମାନଙ୍କର ରାସ୍ତା ପାର୍ଶ୍ୱ ଖୋଳା ନ ଯାଇ ମେସିନ ବ୍ୟବହାର କରାଯାଉଛି ।ଫଳରେ ରାସ୍ତା ପାର୍ଶ୍ୱ ରୁ ମାଟି ଓ କଂକ୍ରିଟ ଉଠି ଯିବା ସହ ବୋହୁ ସ୍ଥାନରେ ରାସ୍ତା ଖାଲ ଖମା ସୃଷ୍ଟି ହୋଇଛି। ବର୍ଷା ହେଲେ ଯାନ ବାହନ ଲୋକ ଚଳା ଚଳରେ ଘୋର ସମସ୍ୟା ଉପୂଜୁଛି ବୋଲି ଅଞ୍ଚଳ ବାସୀ କହୁଛନ୍ତି। ଏହି ରାସ୍ତା ଖୋଳା ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏବିଷୟରେ ଅବଗତ ନଥିବା ଜଣା ପଡୁଛି। ଏହାକୁ ସାକାର କରିବା ପାଇଁ ତଳୁ ଉପର ପର୍ଯ୍ୟନ୍ତ ଆନ୍ତରିକ କତା ଅଭାବ ଯୋଗୁଁ ଲୋକେ ପାଣି ପାଇଁ ଅନାଇ ବସିଛନ୍ତି। ଏହି ପ୍ରକଳ୍ପ ଟି ୨୦୧୯ ରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ର ଶେଷ ୨୦୨୧ କିନ୍ତୁ ଏଠାରେ ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ବାହାର କଣ୍ଟ୍ରାକ୍ଟର ବର୍ଷକୁ ବର୍ଷ ପ୍ରକଳ୍ପ କାର୍ଯ୍ୟ ସମୟ ନେଉଥିବା ସହ ଖମା ଖିଆଲ ମନୋଭାଵ ଯୋଗୁ କାର୍ଯ୍ୟ ଠିକ ଭାବରେ ହୋଇ ପାରୁ ନାହିଁ। ଏଠାରେ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସରିବା ଦୂରର କଥା ହେଲେ କଣ୍ଟ୍ରାକ୍ଟର ଙ୍କ ସହ ବିଭାଗୀୟ ଅଧିକାରୀ ମାନେ ତାଳରେ ତାଳ ମିଳେଇ କାର୍ଯ୍ୟ ଚାଲୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏଥି ପ୍ରତି ଜିଲାପାଳ ଓ ସ୍ଥାନୀୟ ବିଧାୟକ ତୁରନ୍ତ ଦୃଷ୍ଟି ଦେବାପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Related Posts

About The Author

Add Comment