ସୁନ୍ଦରଗଡ ତା:୩/୧୧/୨୦୨୫( ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡ଼ିଆ) ପ୍ରତି ବର୍ଷ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ପିଲା ମାନଙ୍କ ଆଗ୍ରହ ପ୍ରକାଶ ହେଉଥିବା କଳା, ସଂସ୍କୃତି ଓ ଅନ୍ୟାନ୍ୟ ଉନ୍ନତି କରିବାର କୌଶଳ କୁ ଜାଗ୍ରତ କରିବା ପାଇଁ ପ୍ରଶାସନ ତରଫରୁ ସୁରଭି କାଯ୍ୟକ୍ରମ କରାଯାଇଥାଏ l ଆଜି ବାଲିଶଙ୍କରା ବ୍ଲକ କନ୍ୟା ଆଶ୍ରମ ଠାରେ ବାଲିଶଙ୍କରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ସରୋଜାଲଷ୍ମୀ ନାଏକ ଙ୍କ ଅଧ୍ୟକ୍ଷତା ରେ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମ ରେ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ଶ୍ରୀମତି କୁଞ୍ଜଲତା ଭିତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାରଙ୍ଗଧର ବରିହା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ବାଲିଶଙ୍କରା କନ୍ୟା ଆଶ୍ରମ ର ଝିଅ ପିଲା ମାନେ ଆଦିବାସୀ ନୃତ୍ୟର ତାଳେତାଳେ ଭବ୍ୟ ସ୍ୱାଗତ କରି ପାଛୋଟି ଆଣିଥିଲେ l ଏହି କାର୍ଯ୍ୟକ୍ରମରେ ସଉନାମରା ସମିତି ସଭ୍ୟା ଶ୍ରୀମତି ବେଳମତି ଧୃଆ, ରବି ପଟେଲ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ତା ଛଡା ବାଲିଶଙ୍କରା ବ୍ଲକ ରେ ଥିବା କ୍ଲଥଷ୍ଟର ଅଧିନସ୍ଥ ଶିକ୍ଷକ ଶିକ୍ଷୟିତ୍ରୀ ଓ ସୁରଭି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ସହିତ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ l ସୁରଭି କାର୍ଯ୍ୟକ୍ରମ ରେ ନାନା ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଶେଷରେ ପୁରସ୍କାର ବିତରଣ କରାଯାଇଥିଲା ।



