ବାଲିସଙ୍କରା ବ୍ଲକରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ

Spread the love

ବାଲିସଙ୍କରା, ୨୫/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ )  ଗତ ୨୪ଘଣ୍ଟାରେ ବାଲିସଙ୍କରା ବ୍ଲକରେ  କରୋନାର ଭୟାବହତା ଦେଖିବାକୁ ମିଳିଛି ।  ବାଲିସଙ୍କରା ବ୍ଲକରେ ସୀମାନ୍ତ ଅଞ୍ଚଳ ବାସୀଙ୍କୁ କଲବଲ  କରିବାରେ ଲାଗିଛି। । ଏହି ବ୍ଲକରେ ଟିନକିବନ୍ଧ ଓ ସାଗବାହାଲ ଅଞ୍ଚଳର ଦୁଇଜଣଙ୍କୁ କରୋନା ରେ ଜୀବନ ଯିବାର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଏ ଅଞ୍ଚଳରେ ୬ଜଣଙ୍କ ଜୀବନ ଯାଇସାରିଛି । ସାଗବାହାଲ ର ଜଣେ ମହିଳା ଓ ଟିନକିବନ୍ଧ ର୍ ଜଣେ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏବେ ମଧ୍ୟ ଲକଡାଉନ ଓ ସଟଡାଉନ ହୋଇ ମଧ୍ୟ ଲୋକେ ସଚେତନ ହେଇପାରୁ ନାହାନ୍ତି । ଏହା ଛତିଶଗଡ ସୀମାନ୍ତ ଅଞ୍ଚଳ ହେଇ ଥିବାରୁ ମନଇଚ୍ଛା ଯିବା ଆସିବା କରି ମୃତ୍ୟୁ କୁ ଆମନ୍ତ୍ରଣ ଦେଉଛନ୍ତି । ଏହି କାରଣରୁ ଅନେକ ଲୋକେ ଆକ୍ରାନ୍ତ ଥିବାର ଜଣାପଡିଛି । ଜିଲ୍ଲା ପ୍ରଶାସନ ସୀମାନ୍ତ ଅଞ୍ଚଳ ସିଲ କରିବାର ସୂଚନା ଦେଉଥିବା ବେଳେ କରୋନା ର ମୃତ୍ୟୁର ତାଣ୍ଡବ ଆଉ କେତଦିନ ପରେ ସୀମାନ୍ତ ଅଂଚଳରୁ ଦୁରେଇବ ତାହା ଚିନ୍ତାର ବିଷୟ ପାଲଟିଛି ।

Related Posts

About The Author

Add Comment