ବାଲିଶଙ୍କରା ସରବାହାଲ ହରିଜନ ପଡାଠାରେ ଏକ ନୂତନ ସଭାଗୃହ ଉଦଘାଟନ

Spread the love

ସୁନ୍ଦରଗଡ଼ ତା:୧୦/୧/୨୦୨୬ ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ବାଲିଶଙ୍କରା ବ୍ଲକ ସରବାହାଲ ହରିଜନ ପଡା ଠାରେ ନବ ନିର୍ମିତ ସଭାଗୃହ ର ଉଦଘାଟନ ହୋଇଯାଇଛି । ଏହି କ୍ରମରେ  ମାନ୍ୟବର ଉପ ବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଓ ରଘୁନାଥ ପାଳି ବିଧାୟକ ଦୁର୍ଗା ଚରଣ ତନ୍ତୀ  ଙ୍କ କରକମଲ  ରେ ଶୁଭ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ବିଜେପି ସଂସଦ ପ୍ରତିନିଧି ଶ୍ରୀଯୁକ୍ତ ଉଛବ ତନ୍ତୀ,   ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ଶ୍ରୀମତି କୁଞ୍ଜଲତା ଭିତ୍ରିଆ, ଲକ୍ଷେଘର ସମାଜ ବାଲିଶଙ୍କରା ବ୍ଲକ ସଭାପତି ଶ୍ରୀ ଉଦ୍ଧବ ତନ୍ତୀ ଉପ ସମ୍ପାଦକ ଶ୍ରୀ ପିତାମ୍ବର ତାଜନ ଉପଦେଷ୍ଟା କମିଟି ର ମେମ୍ବର ଶ୍ରୀ ପରକ୍ଷିତ ମହାନନ୍ଦିଆ, କୈଳାସ ତନ୍ତୀ, ଓ ଲକ୍ଷେ ଘର ସମାଜ ର ପଂଚାୟତ ବିଶିଷ୍ଟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂଘର୍ଷ ସମାଜ ଗଠନ ପାଇଁ ନିତାନ୍ତ ଜରୁରୀ ବୋଲି ରଘୁନାଥ ପାଳି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମତ ରଖିଥିଲେ l ଶେଷରେ ଲକ୍ଷେ ଘର ସମାଜ ବ୍ଲକ ସଭାପତି ଶ୍ରୀ ଉଦ୍ଧବ ତନ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

About The Author

Add Comment