ବାଲିଶଙ୍କରା ବ୍ରିଜ ତଳେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ ଶବ, ଘଟଣା ପ୍ରଶ୍ନ ଘେରରେ

Spread the love

ସୁନ୍ଦରଗଡ଼ତା:୧0-0୧-୨0୨୬ରିଖ (ସନ୍ଧାନନ୍ୟୁଜ/ ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ନିକଟସ୍ଥ ବ୍ରିଜ ତଳେ ଏକ ଅଜଣା ବ୍ୟକ୍ତି ଙ୍କ ର ମୃତ୍ୟ ଶବ ପାଣି ରେ ଭାସୁଥିବା  ଦେଖିବାକୁ ମିଳିଛି l ଏ ନେଇ ଅଞ୍ଚଳରେ ଭୟ ଓ ଚlଞ୍ଚଲ୍ୟ ସୃଷ୍ଟି ହୋଇଛି l ସକାଳେ କିଛି ସ୍ଥାନୀୟ ଲୋକ ରାସ୍ତାରେ ଯାଉଥିବା ସମୟରେ ବ୍ରିଜ ତଳେ ଏକ ମୃତ ବ୍ୟକ୍ତିଙ୍କ ର ଶବ ପାଣି ରେ ଭାସୁଥିବା ଦେଖି ତଲସରା ପୋଲିସ କୁ ସୂଚନା ଦେଇଥିଲେ l ଖବରପାଇ ତଲସରା ଅଧିକାରୀ ପୋଲିସ ଟିମ ସହିତ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଅଞ୍ଚଳ କୁ ଘେରାଉ କରି ତଦନ୍ତ ଆରମ୍ଭ କରିଥିଲେ l ମୃତ୍ୟୁ ଟି ହତ୍ୟା ନା ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣ ରୁ ହୋଇଛି ଏ ନେଇ କିଛି ସୂଚନା ମିଳିପାରି ନାହିଁ l ପୋଲିସ ମୃତ ବ୍ୟକ୍ତି ଙ୍କ ଶବ କୁ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା କୁ ପଠାଇଥିଲେ l ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଅନୁମାନ କରାଯାଉଥିବା ବେଳେ  ଶବ ବ୍ୟବଛେଦ  ଓ ପୋଲିସ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡିବ ବୋଲି ତଲସରା ପୋଲିସ ପ୍ରକାଶ କରିଛନ୍ତି l

Related Posts

About The Author

Add Comment